ଆତଙ୍କୀ ଆକ୍ରମଣର ଜବାବ ଦେବାକୁ ସେନା ପ୍ରସ୍ତୁତ

ଜମ୍ମୁ କାଶ୍ମୀରରେ ଶ୍ରୀନଗରରେ ହୋଇଥିବା ସୋମବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆଉ ଜଣେ ପୁଲିସ ସହିଦ ହୋଇଛନ୍ତି । ଏବେ ସହିଦଙ୍କ ସଂଖ୍ୟା ବଢିକି ୩ରେ ପହଞ୍ଚିଛି । ଶ୍ରୀନଗରରେ ସୋମବାର ସନ୍ଧ୍ୟାରେ ସମୟରେ ଏକ ବସ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଯେଉଁଥିରେ ୨ ପୁଲିସ କର୍ମୀ ସହିଦ ହୋଇଥିଲେ, ୧୪ ଗୁରୁତର ହୋଇଥିଲେ । ଆଜି ଆଉ ଜଣେ ପୁଲିସ କର୍ମୀ ଆଖିବୁଜିଛନ୍ତି ।
ତେବେ ଆତଙ୍କୀ ଆକ୍ରମଣର ଜବାବ ଦେବା ଆରମ୍ଭ କରିଛି ଭାରତୀୟ ସେନା । ଜମ୍ମୁ-କାଶ୍ମୀର ପୁଂଛ ଇଲାକାରେ ସେନାର ଏନକାଉଣ୍ଟର ଜାରି ରହିଛି । ଏଠାରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇବା ପରେ ଏଠାରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ- ମହମ୍ମଦର ଗ୍ରୁପ୍ କାଶ୍ମୀର ଟାଇଗର ନିଜକୁ ଦାୟୀ କରିଛି । ଏହି ଘଟଣା ପରେ ସୁରକ୍ଷାବଳ ଆତଙ୍କୀଙ୍କୁ ଚାରିପଟୁ ଘେରି ସର୍ଚ୍ଚ ଅପରେସନ୍ ଚଳାଇଛି । ଏଠାରେ ୨/୩ ଜଣ ଆତଙ୍କବାଦୀ ଲୁଚିରହିଥିବା ଖବର ମିଳିବା ପରେ ଏଠାରେ ୧୬ ରାଷ୍ଟ୍ରୀୟ ରାଇଫଲ୍ସ ଓ ଏସଓଜି ଟିମର ମିଳିତ ଅପରେସନ୍ ଜାରି ରହିଛି ।

Comments (0)
Add Comment