ସୋମବାର ଯାଏ ଗୃହ ମୁଲତବୀ

ସୋମବାର ଯାଏ ଗୃହ ମୂଲତବୀ । ହଙ୍ଗାମା ଓ ହଟ୍ଟଗୋଳ ଭିତରେ ଗୃହକୁ ସୋମବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ୪ଟା ପରେ ଗୃହକାର୍ୟ୍ୟ ଆରମ୍ଭ ହୋଇଥିଲା । ଏହି ସମୟରେ ଗୃହରେ ୮ଟି ବିଲ୍ ଉପସ୍ଥାପନ ହୋଇଥିଲା । ତେବେ ଗୃହରେ ଉଭୟ ଶାସକ ଏବଂ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ହୋଇଥିଲା । ତେଣୁ ବାଚସ୍ପତି ଗୃହକୁ ସୋମବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

ଆଜି ଗୃହ ଆରମ୍ଭ ହେବା ମାତ୍ରେ ଶାସକ ଓ ବିରୋଧୀ ଦଳ ସଦସ୍ୟ ଗୃହର ମଧ୍ୟଭାଗରେ ଆସି ପାଟିତୁଣ୍ଠ କରିଥିଲେ । ଧାନ କିଣା ସମସ୍ୟା ନେଇ କଂଗ୍ରେସ ଓ ବିଜେପି ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ । ସେହିପରି ଶାସକ ଦଳର ସଦସ୍ୟ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଧମକକୁ ନେଇ ପ୍ରତିବାଦ କରିଥିଲେ । ସୁବାଷ ପାଣିଗ୍ରାହୀ ଆତ୍ମହତ୍ୟା ଧମକ ଦେଇ ଗୃହର ମର୍ଯ୍ୟାଦା ଭଙ୍ଗ କରିଛନ୍ତି । ସେ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି ଶାସକ ଦଳର ସଦସ୍ୟ ଅଡ଼ି ବସିଥିଲେ । କ୍ଷମା ନମାଗିବା ଯାଏ ଗୃହ ଚଳାଇଦେବୁ ନାହିଁ ବୋଲି ଜିଦ କରି ବସିଥିଲେ ବିଜେଡି ବିଧାୟକ ।

ସେପଟେ ପୁଣି ମଣ୍ଡି ଓ ଚାଷୀ ପ୍ରସଙ୍ଗ ଉଠାଇ ବିଜେପି ଓ କଂଗ୍ରେସ ସଦସ୍ୟ ମଧ୍ୟ ଗୃହ ଭିତରେ ପ୍ରବଳ ପାଟିତୁଣ୍ଡ କରିଥିଲେ । ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଫଳରେ ଗୃହ ବାରମ୍ବାର ମୁଲତବୀ ଯୋଗୁଁ ଚାଲିପାରିନଥିଲା ।

Comments (0)
Add Comment