ସଂକ୍ରମଣ ରୋକିବାକୁ ସଂଗରୋଧ ବାଧ୍ୟତାମୂଳକ

କୋଭିଡ୍ ସଂକ୍ରମଣ ମାମଲା ପୁଣିଥରେ ବୃଦ୍ଧି ପାଇବାପରେ ରାଜ୍ୟ ସରକାର ବାହାରୁ ଆସୁଥିବା ଲୋକଙ୍କ ପାଇଁ ପୁଣି ଥରେ କୋଭିଡ୍ କଟକଣା ଜାରି କରୁଛନ୍ତି। ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କୁ ୭ ଦିନ ଘରୋଇ ସଙ୍ଗରୋଧ ବାଧ୍ୟତାମୂଳକ । ୧୨ଟି ରାଜ୍ୟରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଏକ ସପ୍ତାହର ହୋମ୍ ଆଇସୋଲେସନରେ ରହିବାକୁ ବାଧ୍ୟ ବୋଲି ରାଜ୍ୟ ସରକାର ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ରାଜ୍ୟକୁ ପୁଣି ଫେରିଲା ଆଇସୋଲେସନ୍ ପ୍ରକ୍ରିୟା। ପ୍ରବାସୀଙ୍କ ଲାଗି ୭ ଦିନ ହୋମ୍ ଆଇସୋଲେସନ୍ ବାଧ୍ୟତାମୂଳକ କରାଯାଇଛି। ଓଡିଶାରେ ପହଞ୍ଚିବା ପରେ ରେଳ ଷ୍ଟେସନ୍ ଓ ଏୟାରପୋର୍ଟରେ ସ୍କ୍ରିନିଂ ହେବ। ଯଦି କୌଣସି ଯାତ୍ରୀଙ୍କ ଠାରେ ଲକ୍ଷଣ ରହିଥିବ, ତେବେ ସାଙ୍ଗେ ସାଙ୍ଗେ ରାପିଡ୍ ଆଂଟିଜେନ୍ ଟେଷ୍ଟ କରାଯିବ । ପଜିଟିଭ୍ ଥିଲେ ଆରଟିପିସିଆର ଟେଷ୍ଟ ପାଇଁ ନମୂନା ପଠାଯିବ । ଏଥିରେ ପଜିଟିଭ୍ ଆସିଲେ କରୋନା ପ୍ରୋଟୋକଲ ଅନୁଯାୟୀ ଚିକିତ୍ସା କରାଯିବ ।
ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଛତିାଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଦିଲ୍ଲୀ, ଚଣ୍ଡିଗଡ଼, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ପଂଜାବ ଓ ପଶ୍ଚିମବଙ୍ଗରୁ ଫେରୁଥିବା ଯାତ୍ରୀ ଘରୋଇ ସଙ୍ଗରୋଧରେ ରହିବାକୁ ବାଧ୍ୟ ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ବିଜୁ ପଟ୍ଟନାୟକ ବିମାନ ବନ୍ଦର ଓ ଝାରସୁଗୁଡ଼ା ବିମାନ ବନ୍ଦରର ନିର୍ଦ୍ଦେଶକ, ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜରଙ୍କୁ ଚିଠି ଲେଖି ତତ୍କାଳ ପ୍ରଭାବରୁ ବିମାନ ବନ୍ଦର ଓ ରେଳ ଷ୍ଟେସନଗୁଡ଼ିକରେ ଏଭଳି ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।

Comments (0)
Add Comment