ରଥଯାତ୍ରା ବେଳେ ନିୟମ ଉଂଲଘନ କରିଥିବା ହୋଟେଲ ଉପରେ କାର୍ଯ୍ୟାନୁଷ୍ଠାନ । ରଥଯାତ୍ରା ସମୟରେ ବଡ଼ଦାଣ୍ଡରୁ କେହି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ବୋଲି କଟକଣା ଲଗାଯାଇଥିଲା । ହେଲେ ପୁରୀ ବଳଗଣ୍ଡି ସ୍ଥିତ ଏକ ହୋଟେଲ ଉପରେ କିଛି ଲୋକ ରଥଯାତ୍ରା ଦେଖୁଥିବା ଅଭିଯୋଗ ପରେ ତହସିଲଦାର ଓ କୁମ୍ଭାରପଡା ଥାନା ଅଧିକାରୀଙ୍କ ଉପସ୍ଥିତିରେ ହୋଟେଲକୁ ସିଲ କରାଯାଇଛି । ରଥଯାତ୍ରାରେ ଜାରି ହୋଇଥିବା ନିୟମ ଉଂଲଘନ ଅଭିଯୋଗରେ ହୋଟେଲକୁ ସିଲ କରିଛି ପ୍ରଶାସନ ।
କରୋନା ପାଇଁ ରଥଯାତ୍ରା ସମୟରେ ପୁରୀ ସହରରେ କର୍ଫ୍ୟୁ ଜାରି କରାଯାଇଥିଲା । ବଡ଼ଦାଣ୍ଡରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଥିଲା । ଏପରିକି ବଡ଼ଦାଣ୍ଡରେ ଯେଉଁମାନଙ୍କ ଘର ରହିଛି ସେମାନେ ମଧ୍ୟ ଛାତ ଉପରକୁ ଠାକୁରଙ୍କୁ ଦେଖିପାରିବେନି ବୋଲି ନିୟମ ରହିଥିଲା । ହେଳେ ନିୟମ ଭାଙ୍ଗିବା ହୋଟେଲ ପାଇଁ ମହଙ୍ଗା ପଡିଛି ।