କିପରି ବଢିବ ଅକ୍ସିଜେନ ମାତ୍ରା?

କରୋନା ରୋଗୀଙ୍କ କିପରି ବଢିବ ଅକ୍ସିଜେନ ମାତ୍ରା? କେତେବେଳେ ଜଣେ ରୋଗୀର ଅମ୍ଳଜାନ ଆବଶ୍ୟକ? ଏନେଇ ପରାମର୍ଶ ଦେଇଛନ୍ତି ବରିଷ୍ଠ ଡାକ୍ତର କ୍ଷୀରୋଦ କୁମାର ରାଉତ । ଅକ୍ସିଜେନ୍ ମାତ୍ରା ୯୪ ତଳକୁ ଖସିଲେ ଯାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏଥିରେ ଅଧିକ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। କିଛି ବ୍ୟାୟାମ ଦ୍ଵାରା ମଧ୍ୟ ଶରୀରରେ ଅକ୍ସିଜେନ୍ ମାତ୍ରା ପୁଣି ଆପଣ ବଢାଇ ପାରିବେ ବୋଲି ଡାକ୍ତର କହିଛନ୍ତି ।

ଅକ୍ସିଜେନ୍ ମାପିବା ପାଇଁ ଅକ୍ସିମିଟର ସଠିକ୍ ଭାବେ ଲଗାଇବା ଜରୁରୀ । ଡାହାଣ ହାତ ମଝି ଆଙ୍ଗୁଠିରେ ଅକ୍ସିମିଟର ଲଗାଇବା ଉଚିତ୍। ବୁଢା ଆଙ୍ଗୁଠିରେ ମଧ୍ୟ ଆପଣ ଲଗାଇ ପାରିବେ। ଏହା ବ୍ୟତୀତ ଅନୁଲୋମ ବିଲୋମ ଏବଂ ଜୋରରେ ନିଃଶ୍ଵାସ ନେଇ ଛାଡିବା ଦ୍ଵାରା ମଧ୍ୟ ଉପକାର ମିଲିଥାଏ ବୋଲି ଡାକ୍ତର କ୍ଷୀରୋଦ ରାଉତ କହିଛନ୍ତି। କିଛି ବ୍ୟାୟାମ ଦ୍ଵାରା ମଧ୍ୟ ଶରୀରରେ ଅକ୍ସିଜେନ୍ ମାତ୍ରା ପୁଣି ଆପଣ ବଢାଇ ପାରିବେ। ପେଟ ମାଡି ଶୋଇବା ବା ପେଟେଇ ଶୋଇବା ଦ୍ଵାରା ଅକ୍ସିଜେନ୍ ସ୍ତର ବୃଦ୍ଧି ପାଇଥାଏ । ଏହାଛଡା ଘରେ ରହି ଅନୁଲୋମ ବିଲୋମ, ଜୋରରେ ନିଶ୍ୱାସ ନେଇ ଛାଡିବା ଦ୍ୱାରା ଅନେକ ଫାଇଦା ମିଳିଥାଏ ।

ଋାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯ ଜଣଙ୍କ ଜୀବନ ଯାଇଛି । ସେହିପରି ୧ ହଜାର ୮ ଶହ ୨୮ ନୂଆ ମାମଲା ସହ ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା। କଟକରୁ ୯୧୬, କଳାହାଣ୍ଡି-୫୮୦, ସମ୍ବଲପୁର-୫୪୪, ଅନୁଗୁଳ-୪୮୦, ବରଗଡ଼-୪୭୫ ଓ ବାଲେଶ୍ୱରରୁ ୪୩୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍-୩୫୭, ଭଦ୍ରକ-୩୮୧, ପୁରୀ-୩୬୯, ଯାଜପୁର-୩୧୮, ଗଂଜାମ-୩୧୨ ଓ ଝାରସୁଗୁଡ଼ାରୁ ୩୦୬ ପଜିଟିଭ୍ ବାହାରିଛନ୍ତି।

Comments (0)
Add Comment