ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ପୁଣି ମୁହାଁମୁହିଁ ହେବେ ପାରମ୍ପାରିକ ପ୍ରତିଦ୍ୱନ୍ଦୀ । ହାଇଭୋଲଟେଜ ମ୍ୟାଚ ଦେଖିବେ କିକ୍ରେଟ ପ୍ରେମୀ । କରୋନା ମହାମାରୀ ଭିତରେ ଆସନ୍ତା ଅକ୍ଟୋବର ୧୭ରୁ ନଭେମ୍ବର ୧୪ ଭିତରେ ଆଇସିସି ଟି-୨୦ ବିଶ୍ୱକପ୍ ଖେଳାଯିବ । ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ । ଆଜି ଆଇସିସି ଆଗାମୀ ଟି-୨୦ ବିଶ୍ୱକପ୍ ନେଇ ଗ୍ରୁପ୍ ଘୋଷଣା କରିଥିବାବେଳେ ଗୋଟିଏ ଗ୍ରୁପରେ ଭାରତ ଓ ପାକିସ୍ତାନ ରହିଥିବା ଜଣାପଡିଛି । ଯାହା ଫଳରେ ଦୁଇ ଦଳ ଭିତରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ଭାରତ ବଦଳରେ ଏହି ମ୍ୟାଚ୍ ଆଇସିସି ୟୁଏଇରେ ଆୟୋଜନ କରୁଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ କ୍ୱାଲିଫାଇଙ୍ଗ୍ ଟିମରେ ଶ୍ରୀଲଙ୍କା, ଆର୍ୟଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ନାମିବିଆ ସ୍ଥାନ ପାଇଛନ୍ତି । ଏହାସହ ବାଂଲାଦେଶ, ସ୍କଟଲ୍ୟାଣ୍ଡ, ପପୁଆ ନ୍ୟୁ ଗିିନି ଓ ଓମାନ ମଧ୍ୟ ରହିଛନ୍ତି । ଏହି ୮ ଦଳ ଭିତରୁ ୪ଟି ଟିମ୍ ମୁଖ୍ୟ ପର୍ୟ୍ୟାୟକୁ ଉତ୍ତୀର୍ଣ୍ଣ ହେବେ ।

Comments (0)
Add Comment