ବଡଦେଉଳରୁ ଖସିଲା ମୂର୍ତ୍ତି

ବଡଦେଉଳରୁ ଆସିଲା ବଡ ଖବର । ଶ୍ରୀମନ୍ଦିରରୁ ଖସିଲା ମୂର୍ତ୍ତି । ପୁରୀ ଜଗନ୍ନାଥ ମନ୍ଦିରରୁ ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସିଥିବା ଜଣାପଡିଛି । ଶ୍ରୀମନ୍ଦିର ପଶ୍ଚିମଦ୍ୱାର ନିକଟ ନୃସିଂହନାଥ ମନ୍ଦିରରୁ ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସିଛି । ତେବେ ସବୁଠାରୁ ବଡ କଥା ହେଉଛି ମୂର୍ତ୍ତି ପଡି ଜଣେ ସେବାୟତ ଗୁରୁତର ହୋଇଛନ୍ତି । ମୂର୍ତ୍ତି ପଡି ତଳେ ବସିଥିବା ସେବାୟତଙ୍କ ଡାହାଡ ଗୋଡରେ ପଡି ଗୁରୁତର କ୍ଷତି ହୋଇଛି । ଚିକିତ୍ସା ପାଇଁ ତାଙ୍କ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳୁଛି ।

ତେବେ ମୁଗୁନି ପଥରର ମୂର୍ତ୍ତି ଖସି ସେବାୟତ ଗୁରୁତର ହେବା ପରେ ଉଛିଛି ଅନେକ ପ୍ରଶ୍ନ । କେମିତି ମୂର୍ତ୍ତି ଖସିପଡିଲା ? ମୂର୍ତ୍ତି ଦୁର୍ବଳ ହୋଇପଡିଥିଲା କି? କେବେଠୁ ଦୁର୍ବଳ ହେଲାଣି? ଯଦି ମୂର୍ତ୍ତି ଦୁର୍ବଳ ଥିଲା ପୂର୍ବରୁ କେହି ଜାଣିଥିଲେ ନା ନାହିଁ ? କେବଳ ପଶ୍ଚିମଦ୍ୱାରର ନା ମନ୍ଦିରର ଅନ୍ୟ ସ୍ଥାନରେ ବି ଏମିତି ଦୁର୍ବଳ ପଥର ପାଇଁ ମୂର୍ତ୍ତି ଖସୁଛି ?

ଯଦିଓ ସ୍ଥିତି ଅନୁଧ୍ୟାନ ପାଇଁ ନୀତି ପ୍ରଶାସକ ଘଟଣା ସମ୍ପର୍କରେ ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି ତଥାପି ବଡ ଦେଉଳର ଏ ଘଟଣା ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ପୂର୍ବରୁ ବି ଥରେ ବଡଦେଉଳରୁ ପଥର ଖସିବା ଘଟଣା ସାମ୍ନାକୁ ଆସିଥିଲା । ଆଉ ଏବେ ମୂର୍ତ୍ତି ଖସିବା ଘଟଣା ଦୋହରିବା ପରେ ମନ୍ଦିରରର ସୁରକ୍ଷା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

Comments (0)
Add Comment