ଦେଶରେ ୨୦୯ ଦିନ ପରେ ସଂକ୍ରମଣ ସବୁଠି ନିମ୍ନସ୍ତରରେ ରହିଛି । ଗତ ୨୪ଘଂଟା ମଧ୍ୟରେ ଦେଶରେ ନୂଆ ୧୮ହଜାର ୩୪୬ ନୂଆ ମାମଲା ସାମ୍ନାକୁ ଆସିଛି । କେରଳରୁ ୮ ହଜାର ୮୫୦ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି ୧୪୯ଜଣ । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୩୮,୫୩,୦୪୮ ଓ ମୃତ୍ୟୁସଂଖ୍ୟା ୪,୪୯,୨୬୦ରେ ପହଞ୍ଚିଛି ।
ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨,୫୨,୯୦୨। ଗତ ୨୪ ଘଣ୍ଟା ମଧ୍ୟରେ ୨୯,୬୩୯ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୩୧,୫୦,୮୮୬ରେ ପହଞ୍ଚିଛି । ଞ୍ଜଞ୍ଜଞ୍ଜଞ୍ଜଞ୍ଜ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୯୧.୫୦କୋଟି ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।