ସତର୍କ ନହେଲେ ନିୟନ୍ତ୍ରଣ ବାହାରକୁ ଯାଇପାରେ ସଂକ୍ରମଣ..

ଦେଶରେ କରୋନା ସଂକ୍ରମଣର ସ୍ଥିତି ଖରାପରୁ ଅତି ଖରାପ ଆଡ଼କୁ ଗତି କରୁଥିବା ନେଇ କେନ୍ଦ୍ରର ସତର୍କ କରାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଚିନ୍ତା ବଢିଯାଇଛି । ଏବେ ଠାରୁ ସତର୍କ ନହେଲେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ । ୮ ରାଜ୍ୟରେ ସ୍ଥିତି ବେଶ ଗମ୍ଭିର ରହିଛି । ପରିସ୍ଥିତିର ମୁକାବିଲା ଲାଗି କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୫୦ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି। ଦିନକରେ ଦେଶରେ ୫୩ ହଜାର ୪୮୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ୩୫୪ ଜଣଙ୍କ ମୃତ୍ୟୁ ହୋଇଛି।

ଦୈିନିକ ସଂକ୍ରମଣ ମାମଲା ଦୁଇ ଦିନରେ ସାମାନ୍ୟ କମିଥିବା ବେଳେ ମୃତ୍ୟସଂଖ୍ୟା କିନ୍ତୁ ଅଧିକ ରହିଛି । ଗତ ୨୪ ଘଂଟାରେ ସାଢେ ୩ ଶହରୁ ଅଧିକ ଲୋକ ସାରାଦେଶରେ କରୋନାରେ ପ୍ରାଣ ହରାଇଛନ୍ତି । ମୋଟ୍ ୩୫୪ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୨୧,୪୯,୩୩୫ରେ ପହଞ୍ଚିଛି। ସେହିପରି ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୬୨,୪୬୮ରେ ପହଞ୍ଚିଛି। ସେହିପରି ଏପର୍ୟ୍ୟନ୍ତ ୧ କୋଟି ୧୩ ଲକ୍ଷ ୯୩ ହଜାର ୨୧ ଜଣ ସୁସ୍ଥ ହେଲେଣି । ସାରାଦେଶରେ କରୋନା ଟିକାକରଣକୁ ଜୋରଦାର କରାଯାଇଥିବାବେଳେ, ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଦେଶରେ ମୋଟ୍ ୬ କୋଟି ୩୦ ଲକ୍ଷ ୫୪ ହଜାର ୩୫୩ ଜଣଙ୍କ ଟିକାକରଣ ହୋଇଛି ।

ମହାରାଷ୍ଟ୍ରରେ କରୋନା ସ୍ଥିତି ଉଦ୍‌ବେଗଜନକ ହୋଇଥିବାରୁ ରାଜ୍ୟରେ ଲକଡାଉନ୍ ଲାଗୁ କରିବାକୁ ସଙ୍କେତ ଦେଇଛନ୍ତି ଉଦ୍ଧବ ଠାକରେ । ଯାହାକୁ ବିରୋଧ କରିଛନ୍ତି ଏନସିପି ଓ ବିଜେପି ।

Comments (0)
Add Comment