ସୁପର ସଣ୍ଡେ’ରେ ସୁପର ଫାଇଟ । ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଆଜି ଟି-୨୦ ବିଶ୍ୱକପରେ ଅଭିଯାନ ଆରମ୍ଭ କରିବ ଭାରତ । ଏହି ମ୍ୟାଚରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ତେଣୁ ଆଜିର ମ୍ୟାଚକୁ ଚାହିଁ ରହିଛନ୍ତି ପ୍ରତିଟି କ୍ରିକେଟ ପ୍ରେମୀ ।
ଭାରତ-ପାକିସ୍ତାନ ମ୍ୟାଚକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି । ଉଭୟ ଦଳ ନିଜ ପ୍ରତିଦ୍ୱନ୍ଦିକୁ ମାତ୍ ଦେବାକୁ ଜୋରଦାର ପ୍ରୟାସ ଜାରି ରଖିବେ । ପ୍ରଥମେ ୨୦୦୭ରେ ଭାରତ ଲିଗ ମ୍ୟାଚରେ ପାକିସ୍ତାନକୁ ଭେଟିଥିଲା । ଏହି ମ୍ୟାଚ ଟାଏ ହୋଇଥିବା ବେଳେ ବୋଲ୍ଡ ଆଉଟରେ ଭାରତ ବିଜୟୀ ହୋଇଥିଲା । ସେହି ବିଶ୍ୱକପରେ ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଯେଉଁଥିରେ ପୁଣି ଭାରତ ପାକିସ୍ତାନକୁ ହରାଇ ବିଶ୍ୱକପ ବିଜୟୀ ହୋଇଥିଲା ।
ଟି-୨୦ ବିଶ୍ୱକପରେ ମୋଟ ଭାରତ ପାକିସ୍ତାନରେ ୫ ଥର ମୁହାଁମୁହିଁ ହୋଇଛନ୍ତି ଯେଉଁଥିରେ ଭାରତ ୫ ଥର ଯାକ ବିଜୟ ଲାଭ କରିଛି । ଭାରତ ୧୩ ଥର ବିଭିନ୍ନ ଟାଇଟଲ ହାସଲ କରିଥିବା ବେଳେ ପାକିସ୍ତାନ ୯ ଥର ହାତେଇଛି । ଅର୍ଥାତ କହିବାକୁ ଗଲେ ଭାରତ-ପାକିସ୍ତାନ ମଧ୍ୟରେ ଭାରତର ପଲ୍ଲା ଭାରି ରହିଛି ।
ମ୍ୟାଚରେ କିନ୍ତୁ ବାବର ଆଜମ ଓ ବିରାଟ କୋହଲିଙ୍କ ଉପରେ ନଜର ରହିବ । ଉଭୟ ଖେଳାଳି ଟି-୨୦ ରାଙ୍କିଙ୍ଗରେ ଟପ ୧୦ରେ ରହିଛନ୍ତି । ବାବର ଆଜମ ଦ୍ୱିତୀୟରେ ରହିଥିବା ବେଳେ ବିରାଟ କୋହଲି ଚତୁର୍ଥ ରହିଛନ୍ତି ।