ଟୋକିଓ ଅଲିମ୍ପିକ୍ସରୁ ଭାରତ ମିଳିିଛି ଆଉ ଏକ ପଦକ । ବ୍ରୋଞ୍ଜରେ ସନ୍ତୁଷ୍ଟ ହେଲେ ଲଭଲିନା । ବକ୍ସିଂର ୬୯ କେଜି ବର୍ଗରେ ଲଭଲିନାଙ୍କୁ ବ୍ରୋଞ୍ଜ ପଦକ ମିଳିଛି । ୬୯ କେଜି ବର୍ଗରେ ତୁର୍କି ପ୍ରତିଯୋଗିଙ୍କଠାରୁ ହାରିଛନ୍ତି । ମ୍ୟାଚ ଆରମ୍ଭରୁ ସେ ଦମଦାର ପ୍ରଦର୍ଶନ କରିଥିଲେ । ହେଲେ ୨ ରାଉଣ୍ଡରୁ ତାଙ୍କର ପ୍ରଦର୍ଶନ ଖରାପ ହୋଇଥିଲା । ଫଳରେ ତାଙ୍କୁ ବ୍ରୋଞ୍ଜରେ ସନ୍ତୁଷ୍ଟି ହେବାକୁ ପଡିଛି ।
୫-୦ରେ ବିଜୟୀ ହେଲେ ତୁର୍କୀ ଖେଳାଳି ବିଶ୍ୱ ଚାମ୍ପିଅନ୍ ବୁସେନାଜ୍ ସୁରମେନେଲି । ଭାରତର ପଦକ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଭାରୋତ୍ତଳନରେ ମୀରାବାଈ ଚାନୁ ରୌପ୍ୟ ପଦକ ଜିତିଛନ୍ତି । ସେହିପରି ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେପଟେ ଆଜି ଭାରତୀୟ ରେସଲରମାନେ ଭଲ ପ୍ରଦର୍ଶନ କରିଥିଲେ । ରବି କୁମାର ଏବଂ ଦୀପକ ପୁନିଆ ସେମିଫାଇନାଲରେ ପ୍ରବେଶ କରିଛନ୍ତି । । ସେହିପରି ଜି ଜାଭଲିନ ଥ୍ରୋରେ ରୋମାଞ୍ଚକର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି ନିରଜ ଚୋପ୍ରା । ଗ୍ରୁପ ‘ଏ’ର ପ୍ରଥମ ସ୍ଥାନରେ ସେ ରହିଛନ୍ତି ।
ଫାଇନାଲରେ ପହଞ୍ଚିବା ପାଇଁ କ୍ୱାଲିଫାଇଙ୍ଗ ରାଉଣ୍ଡରେ ଟାର୍ଗେଟ ୮୩.୫ ମିଟର ଥିବା ବେଳେ ୮୬.୬୫ ମିଟର ଥ୍ରୋ କରି ଫାଇନାଲରେ ପ୍ରବେଶ କରିଛନ୍ତି ନିରଜ । ସେ ପୂର୍ବରୁ ଏସଆନ ଗେମ୍ସ, କମନୱେଲ୍ଥ ଗେମ୍ସ, ୱାଲ୍ଡ ଜୁନିୟର ଚାମ୍ପିଅନସିପ, ସାଉଥ ଏସିଆନ ଗେମ୍ସରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ତେଣୁ ତାଙ୍କଠାରୁ ଭାରତ ପଦକ ଆଶା କରୁଛି ।