ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ବେଳେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏନେଇ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଖାର୍କିଭରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ବିଦେଶ ମନ୍ତ୍ରଣାଳୟ ମୃତ ଛାତ୍ରଙ୍କ ପରିବାର ସହ ସମ୍ପର୍କରେ ଅଛି । ମଙ୍ଗଳବାର ସକାଳୁ ୟୁକ୍ରେନର ସବୁ ବଡ଼ ବଡ଼ ସହର ଉପରେ ଋଷ ଆକ୍ରମଣକୁ ବ୍ୟାପକ କରିଥିଲା । କିଭ୍ ଆଡ଼କୁ ଋଷ ସୈନ୍ୟ ମାଡ଼ି ଚାଲିଥିଲେ । ଖାର୍କିଭରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ପରେ ବିଦେଶ ମନ୍ତ୍ରଣାଳୟ ଋଷ ଓ ୟୁକ୍ରେନ୍ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗରେ ଅଛନ୍ତି ।
ପ୍ରାଣ ହରାଇଥିବା ଭାରତୀୟ ଛାତ୍ରଙ୍କ ବୟସ ୨୧ ବର୍ଷ। ତାଙ୍କ ଘର କର୍ଣ୍ଣାଟକାରେ। ସେ ଆଜି ସକାଳେ ସଉଦା କିଣିବାକୁ ଯାଇଥିଲେ। ସେ ଗଭର୍ଣ୍ଣର ହାଉସ ନିକଟରେ ଥିବା ସୁପର ମାର୍କେଟରେ ଲାଇନରେ ଛିଡ଼ା ହୋଇଥିବା ବେଳେ ବୋମା ମାଡ଼ରେ ତାଙ୍କ ଜୀବନ ଯାଇଛି।

Comments (0)
Add Comment