ବିନା ଡ୍ରାଇଭରରେ ଗଡିଲା ଟ୍ରେନ୍

ବିନା ଡ୍ରାଇଭରରେ ଗଡିଲା ଟ୍ରେନ । ଦେଶର ପ୍ରଥମ ଚାଳକବିହୀନ ଟ୍ରେନ୍ ଚଳାଚଳକୁ ଭିଡିଓ କନ୍‌ଫରେନ୍ସିଂରେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀରେ ଗଡିଛି ଚାଳକବିହୀନ ମେଟ୍ରୋ ଟ୍ରେନ୍ । ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଦେଶର ପ୍ରଥମ ଡ୍ରାଇଭର ଲେସ୍ (ଚାଳକ ରହିତ) ମେଟ୍ରୋ ଟ୍ରେନ୍ ଦିଲ୍ଲୀ ମେଟ୍ରୋର ମଞ୍ଜେଟ୍ ଲାଇନ୍ ଓ ପିଙ୍କ ଲାଇନ୍‌ରେ ଚାଲିବ। ପ୍ରଥମ ଚରଣରେ ଏହି ଟ୍ରେନ୍ ମଞ୍ଜେଟା ଲାଇନ୍‌ରେ ଜନକପୁରୀରୁ ନୋଏଡାର ବୋଟାନିକାଲ୍ ଗାର୍ଡେନ୍ ମେଟ୍ରୋ ଷ୍ଟେସନ୍ ପର‌୍ୟ୍ୟନ୍ତ ଗଡିବ ।

ଚାଳକ ରହିତ ଟ୍ରେନ୍‌ରେ ଡ୍ରାଇଭର କ୍ୟାବିନ୍ ରହିବ ନାହିଁ। ଚାଳକ ରହିତ ମେଟ୍ରୋ ଟ୍ରେନ୍‌ରେ ଆଉ ପାଇଲଟ୍ ଭୁଲ ବୋଲି କିଛି ରହିବ ନାହିଁ। ଏବେ ମଞ୍ଜେଟା ଲାଇନ୍‌ରେ ଗ୍ରେଡ୍ ଅଫ ଅଟୋମେସନ୍ ଜରିଆରେ ଚାଳକ ରହିତ ଟ୍ରେନ୍ ସଂଚାଳିତ ହେବ। ଏଭଳି ଗ୍ରେଡ୍‌ରେ ଏବେ ଡ୍ରାଇଭରର କାର‌୍ୟ୍ୟ ରହିବ ନାହିଁ। ଟ୍ରେନ୍ ପୁରା ସ୍ବୟଂଚାଳିତ ଭାବେ ଗଡ଼ିବ। କିନ୍ତୁ ଜରୁରୀକାଳୀନ ପରିସ୍ଥିତି ପାଇଁ ଟ୍ରେନ୍‌ରେ ଡ୍ରାଇଭର ଉପସ୍ଥିତ ରହିବେ। ଟ୍ରେନ୍‌ରେ ଡ୍ରାଇଭର କ୍ୟାବିନ୍ ରହିବ ନାହିଁ। ତେଣୁ ଯାତ୍ରୀଙ୍କ ପାଇଁ ଅଧିକ ସ୍ଥାନ ରହିବ। ଏବେ ଯାତ୍ରୀ ଟ୍ରେନ୍‌ର ସାମ୍ନାକୁ ଯାଇ ଟ୍ରେନ୍ ଗତି କରୁଥିବା ଦିଗକୁ ଭଲ ଭାବେ ଦେଖିପାରିବେ।

ସବୁ ପ୍ରକାର କାର‌୍ୟ୍ୟ ପାଇଁ ରିମୋଟର ବ୍ୟବହାର ହେବ। ଟ୍ରାକ୍‌ରେ କୌଣସି ବସ୍ତୁ ଥିଲେ ୫୦ ମିଟର ଦୂରରୁ ଟ୍ରେନ୍‌ରେ ଆପେ ଆପେ ବ୍ରେକ୍ ଲାଗିଯିବ। ଏହାର ଅର୍ଥ ଅନ୍ୟ ଟ୍ରେନ୍ ଠାରୁ ଯାତ୍ରା ସୁରକ୍ଷିତ ରହିବ। ଏହି ଅବସରରେ ମୋଦି କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ୟମକ୍ରମେ ପ୍ରଥମେ ମେଟ୍ରୋ ଟ୍ରେନ ଚାଲିଥିଲା । ଏବେ ୧୮ଟି ସହରରେ ମେଟ୍ରୋ ଚଳାଚଳ କରୁଛି ।ପ୍ରଥମ ପର‌୍ୟ୍ୟାୟରେ ମାଜେଣ୍ଟା ଲାଇନ୍‌ରେ ପଶ୍ଚିମ ଜନକପୁରୀରୁ ନୋଏଡ଼ା ବଟାନିକାଲ ଗାର୍ଡେନ ପର‌୍ୟ୍ୟନ୍ତ ୩୭ କିଲୋମିଟର ଯାଏ ଏହି ଟ୍ରେନ୍ ଚଳାଚଳ କରିବ ।୨୦୨୧ ମଧ୍ୟ ସୁଦ୍ଧା ଏହା ଆଉ ଅଧିକ ୫୬ କିଲୋମିଟର ପର‌୍ୟ୍ୟନ୍ତ ଗଡ଼ିବ ବୋଲି ସୂଚନା ଦେଇଛି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ । ୨୦୧୭ ସେପ୍ଟେମ୍ବରରୁ ପ୍ରଥମେ ଏହାର ଟ୍ରାଏଲ୍ ରନ୍ କରାଯାଇଥିଲା । ଏହି ଟ୍ରେନ୍ ୯୫ କିଲୋମିଟର ପ୍ରତି ଘଣ୍ଟା ହିସାବରେ ଗତି କରିବ ।

Comments (0)
Add Comment