ଦିଲ୍ଲୀ ଏୟାରପୋର୍ଟକୁ ଉଡାଇବାକୁ ଧମକ

ମହାରାଷ୍ଟ୍ର ରେଲୱେ ଷ୍ଟେସନ ପରେ ଏବେ ଦିଲ୍ଲୀ ଏୟାରପୋର୍ଟରେ ଆତଙ୍କ । ଦିଲ୍ଲୀ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରକୁ ବୋମାରେ ଉଡାଇଦେବାକୁ ଇମେଲରେ ଧମକ ମିଳିଛି । ଶନିବାର ମେଲ୍ ଯୋଗେ ଏଭଳି ଧମକ ଦିଆଯାଇଛି । ଧମକ ମିଳିବା ପରେ ବିମାନବନ୍ଦରର ସୁରକ୍ଷାକୁ ବଢାଇଦିଆଯାଇଛି । ଅଲକାଏଦା ଆତଙ୍କବାଦୀ ସଂଗଠନ ବିମାନବନ୍ଦରକୁ ଉଡାଇଦେବା ଲାଗି ଯୋଜନା କରୁଛି ବୋଲି ସୂଚନା ମିଳିବା ପରେ ବିମାନବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଅଲକାଏଦା ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ଏକ ଦମ୍ପତିଙ୍କ ନାଁରେ ଏହି ମେଲ ଆସିଥିବା ଜଣାପଡିଛି । ରଣବୀର ସୁରି ଓରଫ ମହମ୍ମଦ ଜଲାଲ ଏବଂ ପତ୍ନୀ ଶୈଳୀ ଶାରଦା ଓରଫ ହସିନା ରବିବାର ଦିନ ସିଙ୍ଗାପୁରରୁ ଭାରତ ଆସୁଛନ୍ତି ଏବଂ ୧-୩ ଦିନ ମଧ୍ୟରେ ଆଇଜିଆଇ ଉପରେ ବୋମା ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ଜ୍ଝ ଏହି ଦୁଇଜଣ ଏୟାରପୋର୍ଟରେ ତିନି ଦିନ ଭିତରେ ବୋମା ରଖିବାର ଷଡଯନ୍ତ୍ର କରିବେ ବୋଲି ଏହି ମେଲରେ ଲେଖା ଅଛି । ଏହାକୁ ଆଖି ଆଗରେ ରଖି ଏବେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ଜ୍ଝ

Comments (0)
Add Comment