ଆକାଶରେ ଅଘଟଣ

ମଝି ଆକାଶରୁ ହଜିଲା ବିମାନ। ଉଡ଼ାଣ କରିବାର ୪ମିନିଟ ପରେ ଇଣ୍ଡୋନେସିଆର ଶ୍ରୀୱିଜୟ ବିମାନ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ୪ମିନିଟ ପରେ ପାଇଲଟଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଏବେ ବିମାନକୁ ଖୋଜିବା ଆରମ୍ଭ କରାଯାଇଛି। ସୂଚନା ଅନୁଯାୟୀ ଶ୍ରୀବିଜୟା ଏୟାରର ବିମାନ ସଂଖ୍ୟା ଏସଜେ-୮୨ରେ ୫୬ ଯାତ୍ରୀ ଏବଂ ୬ ଚାଳକ ସଦସ୍ୟ ଥିଲେ। ଏହି ବିମାନର ସନ୍ଧାନ ପାଇଁ ଇଣ୍ଡୋନେସିଆ ସରକାର ବଡ ଅଭିଯାନ ଆରମ୍ଭ କରିଛନ୍ତି। ଏ ପର୍ୟ୍ୟନ୍ତ ବିମାନର ଲୋକେସନ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ।

ଜାକର୍ତ୍ତାରୁ ପଣ୍ଟିଆନାକକୁ ଉଡ଼ାଣ ଆରମ୍ଭ କରିବାର ୪ ମିନିଟ ପରେ ଇଣ୍ଡୋନେସିଆର ଶ୍ରୀୱିଜୟ ବିମାନ ( ବୋଇଙ୍ଗ ୭୩୭-୫୨୪) ଏୟାର ଟ୍ରାଫିକ କଂଟ୍ରୋଲ ସହିତ ଯୋଗାଯୋଗ ହରାଇଥିଲା। ଶେଷ ଥର ପାଇଁ ମଧ୍ୟାହ୍ଣ ୨ଟା ୪୦ରେ ବିମାନ ସହ ଯୋଗଯୋଗ ହୋଇଥିଲା। ଏହା ପରଠାରୁ ବିମାନ ସହ ଯୋଗାଯୋଗ କରିପାରିନଥିଲା କଣ୍ଟ୍ରୋଲ ରୁମ। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଶ୍ରୀବିଜୟା ବିମାନ ମାତ୍ର ଗୋଟିଏ ମିନିଟ୍‌ରେ ୧୦ ହଜାର ଫୁଟ୍ ଉଚ୍ଚତାରୁ ତଳକୁ ଖସିଥିବା ଟ୍ରାକ କରା ଯାଇଛି। ଏହା ପରେ କିଛି ଅଘଟଣର ଆଶଙ୍କା ବଢି ଯାଇଛି। ଯଦି ଏତେ ଦ୍ରୁତ ବେଗରେ କୌଣସି ବିମାନ ତଳକୁ ଖସେ ତେବେ କ୍ରାଶ ହେବାର ସମ୍ଭାବନା ବଢିଯାଏ।

ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଅକ୍ଟୋବର ୨୦୧୮ରେ, ଏକ ଲାୟନ ଏୟାରଲାଇନ୍ସର ବୋଇଙ୍ଗ ୭୩୭ ମାକ୍ସ ଜେଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ଉଡ଼ାଣର ୧୨ମିନିଟ ପରେ ଜାଭା ସାଗରରେ ଖସିପଡ଼ିବାରୁ ୧୮୯ଜଣଙ୍କର ମୃତ୍ୟୁ ଘଟିଥିଲା।

Comments (0)
Add Comment