କରୋନା ସଂକ୍ରମଣକ ଦୃଷ୍ଟିରେ ରଖି ଆନ୍ତର୍ଜାତିକ ବିମାନ ଉଡାଣ ଉପରେ କଟକଣା । ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା କଟକଣାକୁ ୩୧ ମାର୍ଚ୍ଚ ଯାଏ ବୃଦ୍ଧି କରାଯାଇଛି। ଏହାର ଅର୍ଥ ଆସନ୍ତା ୩୧ ଯାଏ ଭାରତରୁ କୌଣସି ଅନ୍ତର୍ଜାତୀୟ ବିମାନ ସେବା ଉପଲବ୍ଧ ହେବନାହିଁ। ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍’ (ଡିଜିସିଏ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
୨୦୨୧ ମାର୍ଚ ୩୧ ତାରିଖ ରାତି ୨୩. ୫୯ ପର୍ୟ୍ୟନ୍ତ ଭାରତରୁ ଯାଉଥିବା ଏବଂ ଭାରତକୁ ଆସୁଥିବା ନିୟମିତ ଆନ୍ତର୍ଜାତିକ ବାଣିଜ୍ୟିକ ଯାତ୍ରୀବାହୀ ବିମାନ ଚଳାଚଳ ଉପରେ କଟକଣା ବଳବତ୍ତର ରହିବ ।କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ମାର୍ଚ୍ଚ ୨୩ ତାରିଖରୁ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ରଦ୍ଦ କରାଯାଇଥିଲା । ଏହି ପ୍ରତିବନ୍ଧକ ୨୮ ଫେବୃଆରୀ ୨୦୨୧ ପର୍ୟ୍ୟନ୍ତ ଲାଗୁ କରାଯାଇଥିଲା । ମାତ୍ର କିଛିଦିନ ହେବ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ଏହାକୁ ଦୃଷ୍ଟିରେ ରଖି ଡିଜିସିଏ ଏହି ପ୍ରତିବନ୍ଧକକୁ ମାର୍ଚ୍ଚ ୩୧ ଯାଏ ବୃଦ୍ଧି କରିଛନ୍ତି । ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲେ ହେଁ ଘରୋଇ ବିମାନ ସେବା ପୂର୍ବଭଳି ଚାଲୁ ରହିବ। ସମସ୍ତେ କରୋନା କଟକଣାକୁ ମାନି ବିମାନ ମଧ୍ୟରେ ଯିବା ଆସିବା କରିପାରିବେ।
ସେହିପରି ସ୍ୱତନ୍ତ୍ର ଅନୁମତି ପ୍ରାପ୍ତ ବିମାନ ଗୁଡ଼ିକ ବିଦେଶକୁ ଯାତ୍ରା କରିପାରିବ। କିଛି ନିର୍ଦ୍ଦିଷ୍ଟ ରୁଟ୍ରେ ମଧ୍ୟ ସ୍ଥାନୀୟ ପ୍ରଶାସନର ଅନୁମତି କ୍ରମେ ବିମାନ ଚାଲି ପାରିବ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି।