ପ୍ଲାଷ୍ଟିକ ପାର୍କ ପାଇଁ ୧୦୬ କୋଟି

ବନ୍ଦର ନଗରୀକୁ ୧୦୬ କୋଟି । ପାରାଦୀପ ପାଇଁ ଖୁସି ଖବର । ପାରାଦୀପରେ ନିର୍ମାଣ ହେବ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ । ଏନେଇ ଆଜି ଇଣ୍ଡିଆନ ଅଏଲ୍ ଓ ଇଡକୋ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି । ଏହି ପ୍ଲାଷ୍ଟିକ୍ ପାର୍କରେ ପାରାଦୀପ ବିଶୋଧନାଗାରରେ କମ୍ପ୍ଲେକ୍ସରୁ ଉତ୍ପାଦିତ ପଲିପ୍ରୋପିଲିନ ଓ ଇଥାଇଲିନର ବ୍ୟବହାର କରାଯିବ । ଏହି ପ୍ଲାଷ୍ଟିକ୍ ପାର୍କ କାର୍ୟ୍ୟକ୍ଷମ ହେଲେ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶ ସହ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ ।

ଆଇଓସିଏଲ-ଇଡକୋ ମଧ୍ୟରେ ପାରାଦୀପରେ ପ୍ଲାଷ୍ଟିକ ପାର୍କ ସ୍ଥାପନ ନେଇ ଏମଓୟୁ ସ୍ୱାକ୍ଷର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି । ପାରାଦୀପ ପ୍ଲାଷ୍ଟିକ ପାର୍କ ଲାଗି ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଇସିଓଏଲର ପେଟ୍ରୋଲିୟମ ଓ ପେଟ୍ରୋ କେମିକାଲ୍ ପ୍ରକଳ୍ପ ଲାଗି ସମସ୍ତ ସହଯୋଗ ରାଜ୍ୟ ଯୋଗାଇ ଦିଆଯିବ । ଡାଉନ୍ ଷ୍ଟ୍ରିମ୍ ପଲିମରକୁ ପାରାଦୀପ ପ୍ଲାଷ୍ଟିକ ପାର୍କ ଭଲ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ୧୦୬ କୋଟି ଟଙ୍କା ବିନିଯୋଗରେ ୧୨୦ ଏକର ଜମିରେ ଏହି ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ ନିର୍ମାଣ ହେବ । ଡାଉନଷ୍ଟ୍ରିମ ପ୍ଲାଷ୍ଟିକ ଶିଳ୍ପ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ ପୂର୍ଣ୍ଣାଙ୍ଗ ଭାବେ କାର୍ୟ୍ୟକ୍ଷମ ହେବ ଏହି ପ୍ଲାଷ୍ଟିକ ପାର୍କ ।

ଏମଓୟୁ ସ୍ୱାକ୍ଷର ଅବସରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି- ୮୦ଟି ଇଣ୍ଡଷ୍ଟ୍ରିଆଲ୍ ୟୁନିଟ୍ ପାଇଁ ପ୍ଲାଷ୍ଟିକ ପାର୍କ ନିର୍ମାଣ ହେବ । ଆଇଓସି ପ୍ରାୟ ୪୦ କୋଟି ଟଙ୍କା ଖର୍ଚ୍ଚ କରି ଏକ ଡେଭଲପମେଣ୍ଟ ସେଣ୍ଟର ତିଆରି କରିଛି । ଏହା ଶିଳ୍ପକୁ ଜ୍ଞାନକୌଶଳ ଯୋଗାଇବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।ପ୍ଲାଷ୍ଟିକ ପାର୍କ ନେଇ ଆଜି ଇଣ୍ଡିଆନ ଅଏଲ୍ ଓ ଇଡକୋ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି । ଆୟୋଜିତ ଭର୍ଚ୍ଚୁଆଲ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

Comments (0)
Add Comment