ଅଧାରୁ ବନ୍ଦ ହେଲା ଆଇପିଏଲ

ଅଧାରୁ ବନ୍ଦ ହେଲା ଆଇପିଏଲ । ବିଭିନ୍ନ ଦଳର ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଇପିଏଲକୁ ବାତିଲ କରାଯାଇଛି । ଏନେଇ ବିସିସିଆଇ ଉପସଭାପତି ସୂଚନା ଦେଇଛନ୍ତି । ଆଇପିଏଲ୍‌ର ୧୪ତମ ସଂସ୍କରଣକୁ ଗ୍ରାସ କରିଛି କରୋନା ମହାମାରୀର ଦ୍ଵିତୀୟ ଲହର।

ଚେନ୍ନାଇ ସୁପରକିଙ୍ଗର ଦୁଇଜଣ ସଦସ୍ୟ କରୋନାରେ ସଂକ୍ରମିତ ହେବା ଯୋଗୁଁ ବୁଧବାର ହେବାକୁ ଥିବା ମ୍ୟାଚ ସ୍ଥଗିତ ରଖାଯାଇଥିଲା । ବୋଲିଂ କୋଚ ଲକ୍ଷ୍ମୀପତି ବାଲାଜୀ ଓ ଅନ୍ୟଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହେବା ପରେ ଏହି ନିଷ୍ପତି ଗ୍ରହଣ କରାଯାଇଥିଲା । ସଂକ୍ରମିତ ଖେଳାଳୀଙ୍କ ସହ ଅନ୍ୟ ଖେଳାଳୀ ସଂର୍ଶ୍ପଷରେ ଆସିଥିବା ଯୋଗୁଁ ସେମାନଙ୍କୁ ସଂଗରୋଧରେ ପଠାଯାଇଛି ।

ଗତବର୍ଷ କରୋନା ପାଇଁ ଭାରତ ବଦଳରେ ୟୁଏଇରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା। ସଂକ୍ରମଣ ଯୋଗୁ ବିନା ଦର୍ଶକରେ ଚଳିତ ବର୍ଷ ଆଇପିଏଲ ଖେଳାଯାଉଥିଲା। ବାୟୋବବଲ୍ସରେ ୨୯ଟି ମ୍ୟାଚ୍‌ ଖେଳାଯାଇଥିଲେ ହେଁ ହଠାତ୍‌ ଗତକାଲି ସବୁକିଛି ବଦଳି ଯାଇଥିଲା।

ଆଜି ସନ୍ଧ୍ୟାରେ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍‌ ହେବାର ଥିଲା। କିନ୍ତୁ ରିଦ୍ଧିମାନ ସାହା କରୋନାରେ ଆକ୍ରାନ୍ତ ହୋଇଥିବାରୁ ପୂରା ଟିମ୍‌ ଆଇସୋଲେସନରେ ରହିଥିଲା। ଏହି କାରଣରୁ ଆଜିର ମ୍ୟାଚ୍‌କୁ ମଧ୍ୟ ସ୍ଥଗିତ ରଖିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଦିଲ୍ଲୀର ସବୁ ସଦସ୍ୟ ମଧ୍ୟ ଅମିତ ମିଶ୍ରାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଯୋଗୁ ଆଇସୋଲେସନରେ ରହିଛନ୍ତି।

Comments (0)
Add Comment