ଆଇପିଏସ୍ ସ୍ତରରେ ଏକ ବଡ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ଦୁଇ ଗୁରୁତ୍ୱପୂର୍ଣ୍ଣ ତଦନ୍ତକାରୀ ସଂସ୍ଥାକୁ ମିଳିଲା ନୂଆ ମୁଖିଆ । ଯଶବନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ସେହିପରି ସଂଜୀବ ପଣ୍ଡା ତୁଲାଇବେ କ୍ରାଇମବ୍ରାଂଚ ଏଡିଜି ଦାୟିତ୍ୱ । ଅତିରିକ୍ତ ଭାବେ ପୁଲିସ ଗୃହ ନିର୍ମାଣ ଦାୟିତ୍ୱରେ ରହିବେ ସଂଜୀବ ପଣ୍ଡା । ସୁଧାଂଶୁ ଷଡଙ୍ଗୀ ହେଲେ ଗୃହ ବିଭାଗର ସ୍ୱତନ୍ତ୍ର ଅଧିକାରୀ । ସେହିପରି ଆର.କେ ଶର୍ମାଙ୍କୁ ଆଇନଶୃଙ୍ଖଳା ଏଡିଜି ଭାବେ ନିଯୁକ୍ତି କରାଯାଇଛି । ଅସିତ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଆଇଜି ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ଆଇପିଏସ୍ ଅରୁଣ ବୋଥ୍ରା ପରିବହନ କମିସନର ଭାବେ ଦାୟିତ୍ୱ ତୁଲାଇବେ ।