ପଞ୍ଜାବ ରାଜଧାନୀ ଅମୃତସରରେ ଅଘଟଣ । ବିଏସଏଫ ଯବାନ ରହୁଥିବା ମେସରେ ଘଟିଛି ଗୁଳିକାଣ୍ଡ । ଏହି ଘଟଣାରେ ୫ ଜଣ ଯବାନଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ବର୍ତ୍ତମାନ ଗୁରୁତର ଆହତ ହୋଇଛନ୍ତି । ଖୋଦ ଯବାନ ରହୁଥିବା ହଷ୍ଟେଲରେ ଗୁଳିକାଣ୍ଡ ହେବା ସମଗ୍ର ପଞ୍ଜାବରେ ଆଲୋଡ଼ନ ସୃଷ୍ଚି କରିଛି ।
କୌଣସି ପ୍ରସଙ୍ଗକୁ ନେଇ ଏଠିକାର ଜଣେ ଯବାନ୍ ହଠାତ୍ ରାଗିଯାଇ ନିଜ ଉପରେ ନ୍ରିନ୍ତ୍ରଣ ହରାଇଥିଲେ । ଆଉ କେହି କିଛି ବୁଝିବା ଆଗରୁ କାର୍ୟ୍ୟାଳୟରେ ଆଖିବୁଜା ଗୁଳି ଚଳାଇଥିଲେ । ଫଳରେ ଅନେକ ସାଥୀ ଯବାନଙ୍କ ଦେହରେ ଗୁଳି ବାଜିଥିଲା ।
ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଁଛି ଛାନଭିନ୍ ଆରମ୍ଭ କରିଛି । କିଏ ଏବଂ କେଉଁ କାରଣରୁ ଏଭଳି ଅଘଟଣ ଘଟାଇଲା ତାହାର ତଦନ୍ତ ଚଳାଇଛି ପୋଲିସ । କାହିଁକି ଓ କେଉଁ କାରଣରୁ ମେସରେ ନିଯୁକ୍ତ କନଷ୍ଟେବଳ ଏହି ଗୁଳିକାଣ୍ଡ ଘଟାଇଲେ ତାହା ଜଣାପଡିନାହିଁ । ସେପଟେ ପୋଲିସ ତଦନ୍ତ ଜାରି ରଖିଥିବାବେଳେ କଟ୍ଟପାକୁ ଧରିବାରେ ସଫଳ ହୋଇନାହିଁ ।