ମହାମାରୀ ସମୟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଅର୍ଥମନ୍ତ୍ରୀ କରୋନା ପ୍ୟାକେଜ ଘୋଷଣା କରିଛନ୍ତି । କରୋନା ଦ୍ୱାରା କ୍ଷତିଗ୍ରସ୍ତ ସେକ୍ଟରଗୁଡ଼ିକ ପାଇଁ କେନ୍ଦ୍ର ସରକାର ଜରୁରୀ ଋଣ ସହାୟତାର ଘୋଷଣା କରିଛନ୍ତି। କରୋନା କ୍ଷତିଗ୍ରସ୍ତ ପାଇଁ କେନ୍ଦ୍ର ସରକାର ୧.୧ ଲକ୍ଷ କୋଟି ଟଙ୍କାର ଋଣ ଘୋଷଣା କରିଛନ୍ତି। ଯୋଜନା ଆଧାରରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ସର୍ବାଧିକ ୫୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । ସେହିପରି ଅନ୍ୟ ସେକ୍ଟରମାନଙ୍କ ପାଇଁ ୬୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଛି ।
କେନ୍ଦ୍ର ସରକାର ୮ଟି ଆର୍ଥିକ ସହାୟତା ସମ୍ପର୍କରେ ନିଷ୍ପତ୍ତି ନେଇଛନ୍ତି। ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ ୨୦୨୧ ଜୁନ୍ ୩୦ରୁ ୨୦୨୨ ମାର୍ଚ୍ଚ ୩୧ ଯାଏ ବୃଦ୍ଧି କରାଯାଉଛି। ୫ ଲକ୍ଷ ପର୍ୟ୍ୟଟକଙ୍କ ପାଇଁ ମାଗଣା ଭିସା ଯୋଜନା ଲାଗୁ କରାଯିବ।ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ପରେ ଭାରତକୁ ପ୍ରଥମେ ଆସିବାକୁ ଥିବା ୫ ଲକ୍ଷ ଲୋକଙ୍କ ପାଇଁ କୌଣସି ପ୍ରକାରର ଟୁରିଷ୍ଟ ଭିସା ବାବଦ ଫି’ ଲାଗୁ ହେବନି। ୨୦୨୨ ମାର୍ଚ୍ଚ ୩୧ ଯାଏ ଏହି ଯୋଜନା କାର୍ୟ୍ୟକାରୀ ହେବ। ଏହା ମଧ୍ୟରେ ଯଦି ୫ ଲକ୍ଷ ପର୍ୟ୍ୟଟକ ଆସିଯିବେ, ତା’ହେଲେ ଏହି ସଂଖ୍ୟା ପରେ ମାଗଣା ଭିସା ବ୍ୟବସ୍ଥାକୁ ବନ୍ଦ କରିଦିଆଯିବ। ଜଣେ ପର୍ୟ୍ୟଟକଙ୍କୁ ଗୋଟିଏ ଥର ଏହି ସୁବିଧା ମିଳିବ।ପର୍ୟ୍ୟଟନ ଶିଳ୍ପର ଗୁରୁତ୍ୱକୁ ସ୍ୱୀକାର କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏହା ରୋଜଗାର ଓ ସ୍ୱରୋଜଗାର ସୃଷ୍ଟି କରିଥାଏ। ଟୁରିଷ୍ଟ ଗାଇଡ୍ ଓ ଅନ୍ୟ ଷ୍ଟେକ୍ ହୋଲ୍ଡରଙ୍କ ପାଇଁ ମଧ୍ୟ ସେ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହା ଅନ୍ତର୍ଗତରେ ସେମାନଙ୍କୁ ବ୍ୟବସାୟିକ ଓ ବ୍ୟକ୍ତିଗତଋଣ ମିଳିବ। ଋଣ ପାଇଁ ସରକାର ଶତ ପ୍ରତିଶତ ଗ୍ୟାରେଣ୍ଟି ଦେବ। ପ୍ରତି ଟୁରିଷ୍ଟ ଏଜେନ୍ସିଙ୍କୁ ୧୦ ଲକ୍ଷ ପର୍ୟ୍ୟନ୍ତ ଋଣ ଦିଆଯିବ।
ଦେଶର ୨୫ ଲକ୍ଷ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ୧.୨୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ସୁବିଧା ଯୋଗାଇଦେବେ କେନ୍ଦ୍ର ସରକାର । ଏହା ଉପରେ ବ୍ୟାଙ୍କର ଗଉଖଜ ଉପରେ ସର୍ବାଧିକ ୨ ପ୍ରତିଶତ ମିଶାଇ ସୂଧ ନିଆ ଯିବ । ଏହି ଲୋନର ଅବଧି ୩ ବର୍ଷ ରହିବ ଓ କେନ୍ଦ୍ର ସରକାର ଏଥିପାଇଁ ଗ୍ୟାରେଣ୍ଟିଅର ରହିବେ। ଏହାର ମୁଖ୍ୟ ଉଦ୍ଦେଷ୍ୟ ନୂଆ ଲୋନ୍ ବିତରଣ କରିବା। ୮୯ ଦିନର ଡିଫଲ୍ଟର ସମେତ ସବୁ ପ୍ରକାରର ଋଣଗ୍ରହିତା ଏହାର ସୁଯୋଗ ନେଇ ପାରିବେଏହାସହିତ ଦେଶରେ ନଭେମ୍ବର ମାସ ଯାଏଁ ଜାରି ରହିବ ଗରିବ ଅନ୍ନ କଲ୍ୟାଣ ଯୋଜନା ।