ରବିବାର ମିିଳିବନି ଜଗା ଦର୍ଶନ!

ରାଜ୍ୟରେ କରୋନା ସ୍ଥିତି ବିଗିଡିବାରେ ଲାଗିଥିବାରୁ ପୁଣି ଫେରୁଛି କଟକଣା । ପୁରୀ ଶ୍ରୀମନ୍ଦିରରେ ମଧ୍ୟ କଟକଣା କଡ଼ାକଡି କରାଯାଇପାରେ । କିଛି ଦିନ ଧରି ଶ୍ରୀମନ୍ଦିରରେ କଟକଣା ମୁକ୍ତ ଦର୍ଶନ ପରେ ପୁଣି କଟକଣା ଲାଗୁ ହୋଇପାରେ । ଗୋଟିଏ ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇପାରେ । ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ମଙ୍ଗଳବାର ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସିଥିଲା । ଶ୍ରୀମନ୍ଦିରକୁ ବିଶୋଧନ ଲାଗି ଗୋଟିଏ ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରଖିବାକୁ ବୈଠକରେ ପ୍ରସ୍ତାବ ଆସିଛି ।

ମିିଳିଥିବା ସୂଚନା ଅନୁସାରେ ଏପ୍ରିଲରୁ ପ୍ରତି ରବିବାର ଶ୍ରୀଜିଉଙ୍କ ଦର୍ଶନ ସର୍ବସାଧାରଣଙ୍କ ପାଇଁ ବନ୍ଦ ହୋଇପାରେ । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଏପରି ପଦକ୍ଷେପ ନିଆଯାଇପାରେ । ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏନେଇ ପ୍ରସ୍ତାବ ଦିଆଯରଇଛି । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଶ୍ରଦ୍ଧାଳୁ ସାମାଜିକ ଦୂରତା ରକ୍ଷା ପାଇଁ ପ୍ରଶାସନ ନିବେଦନ କରିଛି । ସମସ୍ତ ସେବାୟତଙ୍କୁ ଟିକା ଦିଆଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ଆଗକୁ ରଥଯାତ୍ରା ଥିବାରୁ ରଥ ନିର୍ମାଣରେ ନିୟୋଜିତ ଭୋଇ ଓ ମହାରଣା ସେବକଙ୍କୁ ମଧ୍ୟ ସମୟ ପୂର୍ବରୁ ଟିକାକରଣ କରାଯିବ । ଆସନ୍ତା ୨୮ରେ ଦୋଳପୂର୍ଣ୍ଣିମା, ସୁନାବେଶକୁ ଶୃଙ୍ଖଳିତ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି ।

Comments (0)
Add Comment