ଝିଅ ଓ ସ୍ତ୍ରୀକୁ ହାଣି ନିଜେ ଝୁଲିପଡିଲେ

ପାରିବାରିକ କଳହର କରୁଣ ପରିଣତି । ଝିଅ ଓ ସ୍ତ୍ରୀକୁ ହତ୍ୟା ପାଇଁ ଉଦ୍ୟମ କରି ନିଜେ ଆତ୍ମହତ୍ୟା କରିଦେଲା ସ୍ୱାମୀ । ଝିଅଟିର ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ତାଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି। ଜଗତସିଂହପୁର ଜିଲ୍ଲା ଯୋଜ ଚାନ୍ଦପାଟଣା ଗାଁ ରେ ଘଟିଛି ଏଭଳି ଘଟଣା ।

ଜୋତ ଚାନ୍ଦପାଟଣା ଗାଁର ଲୋକନାଥ ନିଜ ଝିଅକୁ ଓ ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଏହା ପରେ ନିଜେ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛି ଲୋକନାଥ । ଘର ଭିତରୁ ଲୋକନାଥର ମୃତଦେହ ଉଦ୍ଧାର କରାଯାଇଛି । ଝିଅଟିର ମୃତ୍ୟୁ ହୋଇଥିବା ବେଳେ ମହିଳା ଜଣଙ୍କ ଅଳ୍ପକେ ବର୍ତିଯାଇଛନ୍ତି । ହେଲେ ଅବସ୍ଥା ଗୁରୁତର ରହିଛିି । ତେବେ କେଉଁକାରଣରୁ ଲୋକନାଥ ଏଭଳି କାଣ୍ଡ ଘଂଟାଇଲା ତାହା ଜଣାପଡିନାହିଁ ।

ଲୋକନାଥଙ୍କ ଗୋଟିଏ ବୋଲି ପୁଅ ପଙ୍କଜ ପାଲ ଅନ୍ୟ ଜାତିରେ ବାହା ହୋଇ ଭୁବନେଶ୍ୱରରେ ଆସି ରହୁଛନ୍ତି । ପୁଅ ଅନ୍ୟତ୍ର ବିବାହ କରି ରହିବା ପରେ ଆଉ ଘର ଲୋକଙ୍କୁ ଟଙ୍କା ପଇସା ଦେଉନାହାନ୍ତି । ଲୋକନାଥ କରୋନା କାଳରେ ଜୀବିକା ହରାଇ ଅତ୍ୟଧିକ ମାନସିକ ଚାପରେ ଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବାବେଳେ ଅଭାବ ଅନଟନ ପାଇଁ ଲୋକନାଥ ଏଭଳି ଅଭାବନୀୟ କାଣ୍ଡ ଘଟାଇଥିବା ପ୍ରାଥମିକ ଭାବେ ଜଣାପଡିଛି ।

Comments (0)
Add Comment