ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ର୍ରିୟଦର୍ଶିନୀଙ୍କ ସ୍ୱାମୀ ସ୍ତ୍ରୀ ସଂପର୍କ ଏବେ କାଠଗଡାରେ ରହିଛି । କିଛି ଦିନ ତଳେ ଅନୁଭବ ମହାନ୍ତି ଓ ଜାଗ୍ରତି ଶୁକ୍ଲାଙ୍କ ଫଟୋକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେବା ପରେ ଏବେ ମୁହଁ ଖୋଲିଛନ୍ତି ଜାଗ୍ରତି ଶୁକ୍ଲା । ସେ ନିଜକୁ ଅନୁଭବଙ୍କ ବନ୍ଧୁ ବୋଲି କହିଛନ୍ତି । ଅନୁଭବ ଓ ତାଙ୍କ ସଂପର୍କକୁ ସଂପୂର୍ଣ୍ଣ ବୃତ୍ତିଗତ ବୋଲି ବିବେଚନା କରିଛନ୍ତି । ବର୍ଷା ଏବଂ ଅନୁଭବ ବିବାଦ ଭିତରକୁ ତାଙ୍କୁ ଅଯଥାରେ ଛନ୍ଦି ଦିଆଯାଉଛି । ଅନୁଭବ ଏବଂ ବର୍ଷାଙ୍କ ଭିତରେ ଉପୁଜିଥିବା ବିବାଦ ସେମାନଙ୍କ ବୃତ୍ତିିଗତ ବୋଲି କହିଛନ୍ତି ଜାଗ୍ରତି ।
ଜାଗ୍ରତି ଶୁକ୍ଲା ଫେସବୁକରେ ଏକ ପୋଷ୍ଟ କରି ବର୍ଷା ପ୍ରିୟଦର୍ଶିନୀଙ୍କୁ ସିଧା ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ତାଙ୍କ ବିରୋଧରେ ସୋସିଆଲ ମିଡିଆରେ ଅତ୍ୟନ୍ତ ହୀନ ଓ ଅପମାନଜନକ ମନ୍ତବ୍ୟ ଦିଆଯାଉଛି । ଆଉ ତାଙ୍କୁ ଟ୍ରୋଲ କରିଥିବା ଲୋକ ବର୍ଷାଙ୍କ ପ୍ରଶଂସକ ବୋଲି ଅଭିଯୋଗ କରିଛନ୍ତି ଜାଗ୍ରତି । ସେ ସୀମା ଟପିବାରୁ ଏପରି ଲେଖିବାକୁ ବାଧ୍ୟ ହୋଇଛନ୍ତି । କେହି ଟଙ୍କା ଦେଇ ଏଭଳି କରାଉଥିବା ସେ ଅଭିଯୋଗ କରିଛନ୍ତି । ଏହା ଦ୍ୱାରା ସେ ଓ ତାଙ୍କ ପରିବାର ହଇରାଣ ହେଉଛନ୍ତି । ଏହା ପଛରେ କିଏ ଚକ୍ରାନ୍ତ କରୁଛି ସେ ଜାଣିପାରୁନାହାନ୍ତି । ଏନେଇ ସେ ପୁଲିସରେ ଅଭିଯୋଗ କରିବେ । ଏହା ଦ୍ୱାରା ଏହା ପଛରେ କିଏ ଅଛନ୍ତି ଜଣାପଡିବ ବୋଲି କହିଛନ୍ତି ଜାଗ୍ରତି ଶୁକ୍ଲା ।
ଏହା ଉପରେ ସେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜାତୀୟ ମହିଳା କମିସନଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।