‘କଳାକାରଙ୍କ ଦୁଃଖ ବୁଝ ସରକାର..ଦାବି ନଶୁଣିଲେ ଓଡିଶା ଛାଡିବୁ’

କରୋନା ମହାମାରୀ ପାଇଁ ଦୀର୍ଘ ୧୧ ମାସ ହେବ ବନ୍ଦ ରହିଛି ଯାତ୍ରା । ଯାତ୍ରାରେ ବହୁ ସଂଖ୍ୟାରେ ଭିଡ଼ ଜମୁଥିବାରୁ ଯାତ୍ରା କରିବା ଉପରେ କଟକଣା ଲଗାଇଛନ୍ତି ସରକାର । ତେବେ ଏତେଦିନ ଧରି ଯାତ୍ରା ବନ୍ଦ ଥିବାରୁ କଳାକାର ମାନେ ବିଭିନ୍ନ ସମସ୍ୟା ଦେଇ ଗତିକରିବା ସହ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି । ତେଣୁ ସରକାର ଶୀଘ୍ର ଯାତ୍ରା ପାଇଁ ଅନୁମତି ଦେବାକୁ ଦାବି କରିଛନ୍ତି ଓଡିଶା ଯାତ୍ରା କଳକାର ସଂଘ ।

ଆସନ୍ତାକାଲି ଆନ୍ଦୋଳନ କରିବେ ଯାତ୍ରା କଳାକାର । ଲୋୟର ପିଏମଜିରେ ଅନଶନ ଓ ଧାରଣାରେ ବସିବେ କଳାକାର । ଏନେଇ ସାମ୍ବାଦିକ ସମ୍ମିଳନୀ କରି ଯାତ୍ରା କଳାକାର ଓ କର୍ମଚାରୀ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଯାତ୍ରା ଖୋଲିବାକୁ ଅନୁମତି ମିଳୁନାହିଁ । ତେଣୁ କଳାକାର ମାନେ କିଭଳି ବଂଚିବେ ବୋଲି ପ୍ରଶ୍ନ କରିଛନ୍ତି ସଂଘ ସଭାପତି ଦୈତାରୀ ପଣ୍ଡା । ଏମିତି ବଂଚିବା ଅପେକ୍ଷା ଆତ୍ମହୁତି ଦେବା ଭଲ ବୋଲି କହିଛନ୍ତି ଦୈତାରୀ ପଣ୍ଡା ।

ସାରା ରାଜ୍ୟରେ ୩ ଲକ୍ଷ ଯାତ୍ରା କଳାକାର ସଂକଟରେ ଅଛନ୍ତି । ତେଣୁ ରାଜ୍ୟ ସରକର ଦାବି ପୂରଣ ନକଲେ ଜିଲ୍ଳା ବ୍ୟାପୀ ଆନ୍ଦୋଳନ କରାବେ ଯାତ୍ର କଳାକାର ଓ କର୍ମଚାରୀ ସଂଘ ଓଡିଶା ।ପଶ୍ଚିମବଙ୍ଗ,ଝାଡ଼ଖଣ୍ଡ, ବିହାରରେ ଯାତ୍ରା ପାଇଁ ଅନୁମତି ମିଳୁଛି, ତେବେ ଓଡିଶାରେ ଯାତ୍ରା ପାଇଁ କାର୍ହିକି ଅନୁମତି ମିଳିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି କର୍ମଚାରୀ ସଂଘ । ୨୪ ଦିନ ଭିତରେ ଯଦି ସରକାର ଦାବି ନଶୁଣନ୍ତି, ତେବେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବେ କଳାକାର । ଶେଷରେ ସାଢେ ୩ ଲକ୍ଷ କଳାକାର ରାଜ୍ୟ ଛାଡିବୁ । କୋଟିଆ ଲୋକ ଯେପରି ଆନ୍ଧ୍ରକୁ ଭୋଟ ଦେଲେ ସେହିପରି ଓଡିଶାକୁ ଛାଡିବୁ । ଯେଉଁ ରାଜ୍ୟ ସେଠାରେ ରହିବାକୁ ଅନୁମତି ଦେବା ସେଠାରେ ଭୋଟ ପରିଚୟ ପତ୍ର କରିବୁ ବୋଲି କହିଛିନ୍ତି ଯାତ୍ରା କଳାକାର ଓ କର୍ମଚାରୀ ସଂଘ ।

Comments (0)
Add Comment