ଝରାଫୁଲ ମର୍ଡର ମିଷ୍ଟ୍ରି

ରମାଦେବୀ କଲେଜର ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଖୋଲୁଛି ମୃତ୍ୟୁ ରହସ୍ୟ । ଯାଜପୁର ଜିଲ୍ଲା କୁଆଖିଆ ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁଙ୍କୁ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ରାକେଶ ପୁଲିସ ଦ୍ବାରା ଚାଲାଣ ହେବା ପରେ ତାକୁ ଯାଜପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର କରାଯାଇଛି । ରାକେଶ ବିରୋଧରେ ୩୦୨, ୨୦୧, ଏସ୍‌ସି/ଏସ୍‌ଟି ଆକ୍ଟ ଲାଗୁ କରିଛି ପୁଲିସ। ଏଥି ସହିତ କୁଆଖିଆ ପୁଲିସ ରାକେଶ ସ୍ବାଇଁକୁ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ କୋର୍ଟରେ ଆବେଦନ କରିଛି ।

ଏକାଧିକ ସିସିଟିଭି ଫୁଟେଜ ନୂଆ ନୂଆ ତଥ୍ୟ ସାମ୍ନାକୁ ଆଣୁଛି । ସିସିଟିଭି ଫୁଟେଜ୍‌ରୁ ହିଁ ଝରାଫୁଲ ନିଜ ଓୟୋ ଦ୍ବାରା ପରିଚାଳିତ ଏହି ଶିବସାଇ ଗେଷ୍ଟ ହାଉସରେ ଥିବା ଜଣା ପଡିଛି । ଗେଷ୍ଟ ହାଉସରୁ ଏକ ସ୍କୁଟରରେ ବସାଇ ରାକେଶ ଓ ଅନ୍ୟ ଜଣେ ଯୁବକ ସେଠାରୁ ବାହାରକୁ ଯାଇଥିଲେ। ଯାହା ଏହି ସିସିଟିଭି ଫୁଟେଜରୁ ଜଣାଯାଉଛି। ସକାଳେ ଝରାଫୁଲଙ୍କୁ ସ୍କୁଟରରେ ବସାଇ ନିଆଯାଉଥିବା ସ୍ଥାନୀୟ କିଛି ଲୋକ ବି ଦେଖିଛନ୍ତି । ତେବେ ଗେଷ୍ଟ ହାଉସରୁ ବାହାରିବା ବେଳକୁ ଝରାଫୁଲଙ୍କ ମୃତ୍ୟ ହୋଇ ସାରିଥିଲା ନା ନାହିଁ ସେ ସମ୍ପର୍କରେ ସଠିକ୍ ତଥ୍ୟ ମିଳିପାରି ନାହିଁ ।

ଅନ୍ୟପକ୍ଷରେ ଆଜି ଅଭିଯୁକ୍ତ ରାକେଶ ଦେଇଥିବା ବୟାନ ପୋଲିସର ଦ୍ୱନ୍ଦ୍ୱ ବଢାଇଦେଇଛି । ଅଭିଯୁକ୍ତ ବୟାନରେ କହିଛି ଯେ ଝରାଫୁଲର ମୃତ୍ୟୁ ଫୁଡ ପଏଜନରୁ ହୋଇଛି । ତେବେ ଏହି ଘଟଣାର ସତ୍ୟତା ଜାଣିବା ପାଇଁ ଅନ୍ୟ ଜଣେ ଅଭିଯୁକ୍ତକୁ ଖୋଜୁଛି ପୋଲିସ ।ରାକେଶର କହିବା ଅନୁସାରେ, ଗତ ୨୬ ତାରିଖ ସକାଳେ ଝରାଫୁଲ ଯଶୀପୁର ଯିବା ଲାଗି ଝାଡେଶ୍ୱର ବସରେ ଚଢିବା ପରେ ବାଣୀବିହାର ଛକରେ ଓହ୍ଲାଇ ପଡିଥିଲା । ଚାଲିଚାଲି ରୁପାଲି ଛକ ଯାଏଁ ଯିବା ପରେ ସେଠାରେ ଅପେକ୍ଷା କରି ରହିଥିବା ରାକେଶ ତାଙ୍କୁ ସ୍କୁଟରରେ ବସାଇ ରାଜଧାନୀର ଏକ ହୋଟେଲକୁ ନେଇଯାଇଥିଲେ । ଦୁହେଁ ଏକାଠି ରାତି ବିତାଇବା ପରେ ସକାଳୁ ଝରାଫୁଲଙ୍କ ପାଟିରୁ ଫେଣ ବାହାରୁଥିବା ଦେଖି ସେ ଭୟଭୀତ ହୋଇ ପଡିଥିଲେ । ବନ୍ଧୁ ଶେଖରଙ୍କୁ ଡାକି ସ୍କୁଟରରେ ବସାଇ କଟକ ବଡ଼ ମେଡିକାଲକୁ ନେଉଥିଲେ । ହେଲେ ଝରାଫୁଲ ଅଚେତ ହୋଇପଡିଥିବା ବନ୍ଧୁଙ୍କୁ କହିଥିଲେ । ବରଂ ଅସୁସ୍ଥ ହୋଇଥିବାରୁ ହସ୍ପିଟାଲ ନେବା କଥା କହି କଟକ ଆଡ଼କୁ ଯାଇଥିଲେ। ତେବେ କଟକ ଆଗକୁ ଚାଲିଯିବା ପରେ ବନ୍ଧୁଙ୍କ ସନ୍ଦେହ ହେଇଥିଲା । ପରେ ଘରେ ନେଇ ଛାଡି ଦେବେ ବୋଲି ବନ୍ଧୁଙ୍କୁ କହିଥିଲେ । ଯାଜପୁର କୁଆଖିଆ ନିକଟରେ ଅନ୍ୟ କିଛି ଲୋକ ସନ୍ଦେହ କରି ଆଗରେ ଗାଡି ରଖିବାରୁ ଝରାଫୁଲଙ୍କ ମୃତ୍ୟୁ ହୋଇଯାଇଥିବା ବନ୍ଧୁଙ୍କୁ ଜଣାଇଲେ । ପୁଲିସ ଭୟରେ ଦୁହେଁ ମୃତଦେହକୁ ଧରି ରାସ୍ତାକଡ଼ରେ ଫିଙ୍ଗି ଦେଇ ପଳାଇ ଆସିଥିଲେ ।

Comments (0)
Add Comment