ସାମ୍ବାଦିକଙ୍କୁ ମହିଳା କନେଷ୍ଟବଳ ମାଡ଼ ମାରିବା ଘଟଣାକୁ ନେଇ କେନ୍ଦ୍ରାପଡାର ୫ ବିଧାୟକଙ୍କୁ ତାଲା ପକାଇଲେ ସାମ୍ବାଦିକ । ଗତକାଲି ମହିଳା କନେଷ୍ଟବଳ ଜଣକ ମାସ୍କ ନପିନ୍ଧି କାର୍ୟ୍ୟ କରୁଥିବା ଫଟୋ ଭାଇରାଲକୁ ନେଇ ମହିଳା କନେଷ୍ଟବଳ ଜଣକ ରାଗିଯାଇଥିଲେ । କେନ୍ଦ୍ରାପଡ଼ା ଏସପିଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଜଣେ କାର୍ୟ୍ୟରତ ସାମ୍ବାଦିକଙ୍କୁ ମାଡ଼ ମାରିବା ସହ ତାଙ୍କ ସାର୍ଟ ଚିରିଦେଇଥିଲେ । ସାମ୍ବାଦିକ ଜଣକ ନିଜର ପରିଚୟ ଦେଉଥିଲେ ମଧ୍ୟ କିଛି ଶୁଣି ନଥିଲେ ମହିଳା କନେଷ୍ଟବଳ । ମହିଳା ପୋଲିସଙ୍କ ଚାପୁଡା ମାଡ ପ୍ରତିବାଦରେ ସାମ୍ବାଦିକ ମାନେ ଆଜି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ । ଆଉ ଏହି ସମୟରେ ଜିଲ୍ଲାର ୫ ବିଧାୟକଙ୍କ ସହ ଜିଲ୍ଲାପାଳ ଆଲୋଚନା କରୁଥିବା ଜାଣିବା ପରେ ସେମାନଙ୍କୁ ଭିତର ପଟୁ ତାଲା ମାରିଥିଲେ ସାମ୍ବାଦିକ ।