କରୀନାଙ୍କ ଘର ସିଲ୍ କଲା ବିଏମସି

କରୀନା କପୁର ଖାନ ଏବଂ ତାଙ୍କର ଘନିଷ୍ଠ ବନ୍ଧୁ ଅମୃତା ଆରୋଡା କରୋନା ସଂକ୍ରମିତ ପରେ ତାଙ୍କ ବାସଭବନକୁ ସିଲ୍ କରିଛି ବିଏମସି । ବିଏମସି ପକ୍ଷରୁ କୁହାଯାଇଛି ଯେ, ଯଦିଓ ଏଯାଏଁ କରୀନାଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ କିନ୍ତୁ ସେ କାହାକାହା ସହ ସମ୍ପର୍କରେ ଆସିଛନ୍ତି ତାହାର ରେକର୍ଡ ଟ୍ରାକ କରିବାରେ ଲାଗି ପଡିଛି ବିଏମସି । ଅନ୍ୟପଟେ ତାଙ୍କ ପରିବାର ଓ ସମସ୍ତ କର୍ମଚାରୀ କରୋନାର ଦୁଇଟି ଯାକ ଡୋଜ୍ ନେଇଥିବା ପ୍ରକାଶ କରିଛନ୍ତି କରିନା କପୁର । କରୀନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ବିବୃତ୍ତି ସେୟାର କରି ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷା କରିବାକୁ କହିଛନ୍ତି। ଏଥିସହିତ ବିଏମସି କରୀନାଙ୍କ ଉପରେ କରୋନା ନିୟମକୁ ଅବମାନନା କରିଥିବା ଅଭିଯୋଗ କରିଛି ।
ବିଏମସି କହିଛି, କରୀନାଙ୍କ ଟ୍ରାଭେଲ୍ ହିଷ୍ଟ୍ରୀର ଯାଞ୍ଚ କରାଯାଇଛି। ଭାରିଏଣ୍ଟକୁ ଜାଣିବା ପାଇଁ ତାଙ୍କ ସାମ୍ପଲକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଇ ଦିଆଯାଇଛି। କରିନା ଓ ଅଭିନେତ୍ରୀ ଅମୃତା ଦୁହେଁ ଘନିଷ୍ଠ ବନ୍ଧୁ । ଦୁହେଁ ନିକଟରେ ପ୍ରଯୋଜକ କରନ ଜୋହରଙ୍କ ଏକ ପାର୍ଟିରେ ଏକାଠି ନଜର ଆସିଥିଲେ । ଏହାପରେ ଦୁହିଁଙ୍କୁ କରୋନା ହୋଇଥିବା ଜଣାପଡିଛି ।ବିଏମସି ଉଭୟ ଅଭିନେତ୍ରୀଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦେଇଛି।

Comments (0)
Add Comment