ଖାଁ ଖାଁ ରହିବ ଖଣ୍ଡଗିରି: ଏଥର ହେବନି ମେଳା

ଖଣ୍ଡଗିରି ମେଳାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଲାଗିରହିଥିଲା ସେଥିରେ ପୂର୍ଣ୍ଣଚ୍ଚେଦ ଘଟିଛି। ଚଳିତ ବର୍ଷ ହେବନି ଖଣ୍ଡଗିରି ମେଳା। କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ମେଳା ଉପରେ ରୋକ ଲଗାଇଛି ପ୍ରଶାସନ । କୋଭିଡ୍ ଗାଇଡ୍ ଲାଇନ୍ ମୁତାବକ ପରମ୍ପରା ପାଳନ ହେବ। କୌଣସି ଯାତ୍ରା ପେଣ୍ଡାଲ ବା ମେଳା ପାଇଁ ଷ୍ଟଲ ପଡ଼ିବନାହିଁ। ମେଳା ସଂପର୍କରେ ବିଏମସି ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରି ହୋଇଛି।

ଖଣ୍ଡଗିରି ମେଳାରେ ଚଳିତ ବର୍ଷ ରଂଗମଚରେ ନାଟକ ପରିବେଷଣ କରିବାକୁ ଲକ୍ଷ୍ୟ ରଖିଥିବା ଅନୁଷ୍ଠାନଗୁଡ଼ିକୁ ଶକ୍ତ ଝଟକା ଲାଗିଛି। ଏଥି ସହିତ ଯାତ୍ରାପ୍ରେମୀମାନଙ୍କୁ ହତାଶ ହେବାକୁ ପଡିଛି। ଯାତ୍ରାପ୍ରେମୀମାନଙ୍କୁ ହତାଶ ହେବାକୁ ପଡିଛି। ଫଳରେ ଏଥର ଖଣ୍ଡଗିରିରେ ନା ପେଣ୍ଡାଲ କମ୍ପିବ ନା ଦର୍ଶକଙ୍କ କରତାଳି ଏବଂ କୋଳାହଳରେ ଫାଟି ପଡିବ ମେଳା ପଡିଆ।

ମାଘ ସପ୍ତମୀରେ ଖଣ୍ଡଗିରିରେ ପ୍ରତିବର୍ଷ ମେଳା ଆୟୋଜନ ହୋଇଥାଏ । ଚଳିତ ବର୍ଷ କୋଭିଡ୍ କାରଣରୁ କିନ୍ତୁ ଏହି ମେଳା ଉପରେ ରୋକ୍ ଲାଗିଛି । ଏହି ମେଳାରେ ଗ୍ରାମାଂଚଳର ଜିନିଷ ବିକ୍ରି ହୋଇଥାଏ। ଯାତ୍ରା କଳାକାରମାନେ ରଂଗମଂଚରେ ନାଟକ ଅଭିନୟ କରିଥାନ୍ତି। ସେହିପରି ମୀନାବଜାର ମଧ୍ୟ ବସିଥାଏ। ପାହାଡ଼ ଉ‌ପରେ ସାଧୁସନ୍ଥଙ୍କ ସମାଗମ ହୋଇଥାଏ। କିନ୍ତୁ ଚଳିତ ବର୍ଷ କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ବିଏମ୍‌ସି ଏହି ମେଳାକୁ ଅନୁମତି ପ୍ରଦାନ କରିନାହାନ୍ତି। ମେଳାରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବାକୁ ଥିବାବେଳେ ସେହି ସ୍ଥାନରେ କୋଭିଡ୍ କଟକଣା ଭିତରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଥିଲେ।

Comments (0)
Add Comment