କୋଟିଆ ମାମଲା: ଆନ୍ଧ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ଆନ୍ଧ୍ର-ଓଡ଼ିଶା ସୀମା ବିବାଦ କୋଟିଆକୁ ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଓଡିଶା ପକ୍ଷରୁ ହୋଇଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଆନ୍ଧ୍ର ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି । ଓଡିଶାର ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଆନ୍ଧ୍ରର ମତାମତ ଲୋଡିଛନ୍ତି । ଆସନ୍ତା ୧୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି ।

କୋଟିଆର ବିବାଦୀୟ ୩ଟି ଗାଁରେ ଆନ୍ଧ୍ର ନିର୍ବାଚନ କରିବାକୁ ଯାଉଛି । କୋଟିଆର ଫଗୁସେନାରୀ, ଫଟୁସେନାରୀ ଓ ଗଞ୍ଜେଇପଦର ଗାଁ ଓଡ଼ିଶାର ନା ଆନ୍ଧ୍ରର ତାହାକୁ ନେଇ ଥମୁନି ଚର୍ଚ୍ଚା। ହି ୩ଟି ଗାଁ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ତହସିଲ ଅଧୀନରେ ଅଛି । ୩ ଗାଁରେ ଆନ୍ଧ୍ର ସରକାର ବଳପୂର୍ବକ ପଞ୍ଚାୟତ ନିର୍ବାଚନ କରୁଥିବାରୁ ସୁପ୍ରିମକୋର୍ଟ ଯାଇଛନ୍ତି ଓଡ଼ିଶା ସରକାର। ସମ୍ବିଧାନର ଧାରା ୧୨୯ ଅନୁଯାୟୀ ଆନ୍ଧ୍ରପ୍ରଦେଶ ସୁପ୍ରିମକୋର୍ଟଙ୍କ ଆଦେଶକୁ ଅମାନ୍ୟ କରିଥିବା ଦର୍ଶାଇ ଅଦାଲତ ଅବମାନନା ମାମଲା ଦାଏର କରିଛନ୍ତି ଓଡିଶା ସରକାର ।

ଆନ୍ଧ୍ର ପ୍ରଦେଶ ଗଠନ ପୂର୍ବରୁ ୧୯୫୧ ମସିହାରୁ କୋଟିଆ ଅଧିବାସୀ ଓଡିଶାର କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ଓ ପଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଦେଇ ଆସୁଛନ୍ତି । ୧୯୫୬ ମସିହାରେ ଆନ୍ଧ୍ର ପ୍ରଦେଶ ଗଠନ ହୋଇଛି । ୧୯୬୮ରେ ଏହି ସୀମା ବିବାଦର ଶୁଣାଣି କରି ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ଅବମାନନା କରି ଆନ୍ଧ୍ରପ୍ରଦେଶ ନିର୍ବାଚନ କମିଶନଙ୍କ ପକ୍ଷରୁ କୋଟିଆର ୩ଟି ପଞ୍ଚାୟତରେ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ୨୦୦୬ରେ ସୁପ୍ରିମକୋର୍ଟ ମାମଲା ଖାରଜ କରିବା ସହ ୧୯୬୮ ମସିହାର ସ୍ଥିତାବସ୍ଥା ବଜାୟ ରଖିବାକୁ କହିଥିଲେ ।

Comments (0)
Add Comment