ତୁଟିବ କି ‘କୋଟିଆ’ କଳି ?

କୋଟିଆ ପ୍ରସଙ୍ଗରେ ସହାୟତା ଲୋଡିଲେ ରାଜ୍ୟ ସରକାର । କୋରାପୁଟ ଜିଲ୍ଲା କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ସହାୟତା ଲୋଡିଛନ୍ତି ସରକାର । ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ ଅନୁରୋଧ କ୍ରମେ ଆଇନଗତ ସହାୟତା ଲୋଡିଛନ୍ତି । ସମସ୍ତ ତଥ୍ୟ ସହ ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ସହ ବିଚାର ବିମର୍ଶ କରିବାକୁ କୋରାପୁଟ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ସଚିବ ।

ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଗୋଟିଏ ମାସର ମହଲତ ଦେଇଥିବା ବେଳେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିଙ୍କ ସହ ବିଚାରବିମର୍ଷ କରିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ସଚିବ । ଓଡ଼ିଶାର କୋଟିଆ ଅଞ୍ଚଳକୁ ଅକ୍ତିଆର କରିବା ପାଇଁ ଅପପ୍ରୟାସ କରୁଛି ଆନ୍ଧ୍ର ପ୍ରଦେଶ । ରାସ୍ତାଘାଟ, ସ୍କୁଲ ଓ ସ୍ୱାସ୍ଥ୍ୟ ଶିବିର କରିବା ସହ ଗତମାସରେ କୋରାପୁଟ କୋଟିଆରେ ନିର୍ବାଚନ ମଧ୍ୟ କରାଇଛି । ସୀମା ବିବାଦ ସୁପ୍ରିମକୋର୍ଟରେ ରହିଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶନାମାକୁ ଅବମାନନା କରି ଆନ୍ଧ୍ର ନିର୍ବାଚନ କରିଛି । ଯାହାକୁ ନେଇ ବିବାଦ ଆହୁରି ଉଗ୍ର ହୋଇଛି । ଏହାକୁ ନେଇ ଏବେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ରାଜ୍ୟ ସରକାର । ଏନେଇ ଆନ୍ଧ୍ର ମଧ୍ୟ ନିଜ ପକ୍ଷ ରଖିସାରିଛି । ଏଥିରେ କୋଟିଆ ଅଧିନରେ ଆସୁଥିବା ତିନିଟି ଗାଁରେ କିପରି ଆନ୍ଧ୍ର ସରକାର ୧୯୫୨ରୁ ନିର୍ବାଚନ କରିଆସୁଛନ୍ତି ସେ ବାବଦରେ ଦର୍ଶାଇଥିଲେ । ହେଲେ ଆନ୍ଧ୍ରର ଏହି ତଥ୍ୟ ସମ୍ପୂର୍ଣ୍ଣ ମିଛ ବୋଲି ଓଡ଼ିଶା ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ଶିବ ଶଙ୍କର ମିଶ୍ର କୋର୍ଟଙ୍କୁ ଜଣାଇଥିଲେ । ପରବର୍ତ୍ତୀ ଶୁଣାଣୀରେ ଆନ୍ଧ୍ର ସରକାରର ମିଛ ମୁଖା ଖୋଲିବ ବୋଲି କହିଛନ୍ତି ।

Comments (0)
Add Comment