କୋଟିଆ ପ୍ରମୁଖ ପ୍ରସଙ୍ଗ ନୁହେଁ

ଆସନ୍ତା ୯ ତାରିଖରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମମନ୍ତ୍ରୀ ଓଡ଼ିଶା ଆସୁଥିବା ବେଳେ କୋଟିଆ ପ୍ରସଙ୍ଗ ଏଜେଣ୍ଡାରେ ନଥିବା ସୂଚନା ମିଳିଛି । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଏହି ସୂଚନା ମିଳିଛି । ଅର୍ଥାତ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ପାଇଁ କୋଟିଆ ବିବାଦର ସମାଧାନ ପ୍ରମୁଖ ପ୍ରସଙ୍ଗ ନୁହେଁ ।
ନାଗାବଳୀ ନାଗାବଳୀ, ଝଞ୍ଜାବତୀ ଓ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ ଜଗନମୋହନ ରେଡ୍ଡୀ । ନାଗାବଳୀ ନଦୀରେ ନେରେଡି ବ୍ରିଜ ନେଇ ଆଲୋଚନା କରିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ସେହିପରି ଝଞ୍ଜାବତୀ ନଦୀରେ ରବର ଡ୍ୟାମ ପ୍ରକଳ୍ପ ପୁଣି ଆରମ୍ଭ କରିବା ନେଇ ଆଲୋଚନା ହେବ । ପୋଲାଭରମ୍ ପ୍ରକଳ୍ପକୁ ନେଇ ମଧ୍ୟ ଆଲୋଚନା କରିବେ ୨ ମୁଖ୍ୟମନ୍ତ୍ରୀ । ସାବେରୀ ଓ ସିଲେରୁ ନଦୀ କୂଳରେ ଗାର୍ଡ ୱାଲ ନିର୍ମାଣ ନେଇ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡ଼ିଛି ।

Comments (0)
Add Comment