ବାହାନଗାରେ ଲ୍ୟାଣ୍ଡଫଲ କରୁଛି ବାତ୍ୟା

ବାତ୍ୟା ‘ୟାସ’ ର ଲ୍ୟାଣ୍ଡଫଲ ପ୍ରକ୍ରିୟା ସକାଳ ୯ଟାରୁ ଆରମ୍ଭ ହୋଇଛି ।ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବାକୁ ୩ରୁ ୪ ଘଣ୍ଟା ଲାଗିବ ।ବାହାନାଗା ବ୍ଲକ ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ଲ୍ୟାଣ୍ଡଫଲ କରୁଥିବା ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ଲ୍ୟାଣ୍ଡଫଲ ପ୍ରକ୍ରିୟା ୩ରୁ୪ ଘଣ୍ଟା ଧରି ଚାଲିବ ଓ ଏହି ସମୟରେ ବ୍ୟାପକ କ୍ଷୟକ୍ଷତି ଘଟିବାର ଆଶଙ୍କା ରହିଛି।

ଏହି ସମୟରେ ପବନର ବେଗ ୧୩୦ରୁ ୧୪୦ କିମି ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବାଲେଶ୍ୱର ପରେ ବାତ୍ୟା ମୟୁରଭଞ୍ଜ ଯିବା ସେଠାରେ ୧୦୦ କିଲୋମିଟର ବେଗରେ ପବନ ବହିବ ଜ୍ଝ ଦିନ ୩ଟା ଯାଏଁ ଭଦ୍ରକ ଓ ବାଲେଶ୍ୱରରେ ପ୍ରଭାବ ରହିବ ଜ୍ଝ ସମୁଦ୍ର ଜୁଆର ମଧ୍ୟ କୂଳ ଲଙ୍ଘିବାରେ ଲାଗିଛି । ଆଜି ପୂର୍ଣ୍ଣିମା ହୋଇଥିବାରୁ ସମୁଦ୍ରରେ ଉଚ୍ଚା ଜୁଆର ମଧ୍ୟ ଦେଖିବାକୁ ମିଳିଛି । କିଛି କିଛି ଜାଗାରେ ଗଛ ଡ଼ାଳ ଭାଙ୍ଗି ପଡ଼ିଥିବା ବେଳେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି । ଅପରପକ୍ଷରେ ଆନନ୍ଦପୁରରେ ଜଣେ ଲୋକଙ୍କ ଗଛ ପଡ଼ି ମୃତ୍ୟୁ ଘଟିଛି ।

ବାତ୍ୟା ୟାସର ପ୍ରଭାବରେ ଆଜି ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ , କଟକ, ଢ଼େଙ୍କାନାଳ, କେନ୍ଦୁଝରଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିିଛି । ସେହିପରି ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ, ସୁନ୍ଦରଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେ

Comments (0)
Add Comment