ଦେଶରେ ଝଡ଼ ପରି ମାଡିଚାଲିଛି କରୋନା ସଂକ୍ରମଣ । ବିିଭନ୍ନ ରାଜ୍ୟରେ ସ୍ଥିତି ଉଦବେଗଜନକ ରହିଛି । । କର୍ଫ୍ୟୁ, କଟକଣା, ଲକଡାଉନ ପରେ ବି ସ୍ଥିତି ଅଣାୟତ ହୋଇପଡିଛି । କେଉଁଠି ହସ୍ପିଟାଲରେ ବେଡ ନାହିଁ ତ, କେଉଁଠି ଅକ୍ସିଜେନର ଅଭାବ । ମଶାଣୀରେ ଲାଗୁଛି ଶବର ଲମ୍ବା ଲାଇନ । ପ୍ରଥମ ପର୍ଯ୍ୟାୟ ଲହରଠୁ ବଳିପଡିଛିି ଦ୍ୱିତୀୟ ପର୍ଯ୍ୟାୟର କଷ୍ଟ ।
ଦେଶରେ କରୋନା ସଂକ୍ରମଣ ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି । ଏବେ ୩ ଲକ୍ଷ ମୁହାଁ ସଂକ୍ରମଣ । ଗତ ୨୪ ଘଂଟାରେ ଦେଶରେ ୨ ଲକ୍ଷ ୯୫ ହଜାର ୦୪୧ ଜଣ ସଂକ୍ରମିତ ହୋଇଥିବାବେଳେ ୨ହଜାର ୨୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ୨ ହଜାର ଉପରେ ଟପିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଏଯାବତ ୧.୫ କୋଟି କରୋନାରେ ସଂକ୍ରମିତ ହୋଇଛନ୍ତି।। ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୨ ହଜାର ୫୫୩କୁ ବୃଦ୍ଧି ପାଇଛି ।
ସେହିପରି ୧୦ଟି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ମହାରାଷ୍ଟ୍ରରେ ୬୨,୦୯୭, ଉତ୍ତରପ୍ରଦେଶ ୨୯,୫୭୪, ଦିଲ୍ଲୀ ୨୮,୩୯୫, କର୍ଣ୍ଣାଟକ ୨୧,୭୯୪, କେରଳ ୧୯,୫୭୭, ଛତିଶଗଡ ୧୫,୬୨୫, ମଧ୍ୟପ୍ରଦେଶ ୧୨,୭୨୭, ଗୁଜୁରାଟ ୧୨,୨୦୬, ରାଜସ୍ଥାନ ୧୨,୨୦୧ ଏବଂ ତାମିଲନାଡୁରେ ୧୦,୯୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ସମସ୍ତେ ସତର୍କ ହୋଇ କୋଭିଡ ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀ ନଥିଲେ ଘରୁ ବାହାରିବାକୁ ବାରଣ କରାଯାଇଛି । ଏହା ସହ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।