ଦେଶରେ ସଂକ୍ରମଣ ସାଂଘାତିକ ଭାବେ ବଢିଚାଲିଥିବା ବେଳେ ଅକ୍ସିଜେନର ଅଭାବ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି । ପ୍ରତିଦିନ କରୋନା ସୃଷ୍ଟି କରୁଛି ନୂଆ ନୂଆ ରେକର୍ଡ। ମହାରାଷ୍ଟ୍ର, ଦିଲ୍ଲୀ,ଗୁଜୁରାଟ, ଉତରପ୍ରଦେଶ ସମେତ ୮ଟି ରାଜ୍ୟରେ ସଂକ୍ରମଣ କମିବାର ନାଁ ନେଉନାହିଁ । ଏବେ ଦେଶରେ ଦୈନ୍ଖଳ ସଂକ୍ରମଣ ସାଢେ ୩ ଲକ୍ଷ ମୁହାଁ ହୋଇଛି ।
ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୩ଲକ୍ଷ ୪୯ ହଜାର ୬୯୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୭୬୭ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬୯ ଲକ୍ଷ ୬୦ ହଜାର ୧୭୨ ରେ ପହଂଚିଛି । ଅନ୍ୟପଟେ ଗତ ୨୪ ଘଂଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣରେ ୨୭୬୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହିତ ଦେଶରେ କରୋନା ସଂକ୍ରମଣରେ ମୋଟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୯୨ ହଜାର ୩୧୧ କୁ ବୃଦ୍ଧି ପାଇଛି ।
ସେହିପିରି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ଲକ୍ଷ ୮୨ ହଜାର ୭୫୧ ରେ ପହଂଚିଛି । କରୋନା ବିରୋଧ ଲଢେଇରେ ଦେଶରେ ଚାଲିଥିବା ଟିକାକରଣରେ ମୋଟ ୧୪ କୋଟି ୯ ଲକ୍ଷ ୧୬ ହଜାର ୪୧୭ ଜଣଙ୍କୁ ଟିକା ଦିଆଯାଇଛି ।
ସେପଟେ ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୬୭,୧୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ୬୭୬ ଜଣଙ୍କର ଜୀବନ ଯାଇଛି । ସେହିଭଳି ଦିଲ୍ଲୀରେ ୨୪,୧୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୭ ଜଣଙ୍କର ମୃତ୍ୟୁ ହୋଇଛି ।