ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଆଜିକୁ ମିଶାଇ ଗତ ୩ ଦିନ ହେବ ରାଜ୍ୟରେ ୧୦ ହଜାର ତଳକୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, କିନ୍ତୁ ଆଗ ଅପକ୍ଷୋ ଏବେ କରୋନା ନମୂନା ପରୀକ୍ଷା ମଧ୍ୟ କମ ହେଉଛି । ହେଲେ କରୋନା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଗତି ୨୪ ଘଂଟାରେ ୭,୧୮୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକେୀ ୩୫ଜଣଙ୍କ ଜୀବନ ନେଇଛି ଭାଇରସ୍ ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୭,୧୮୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩୪ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୯୦, ଅନୁଗୋଳରୁ ୫୧୫ ଓ ପୁରୀରୁ ୪୫୭ ଜଣ ଚିହ୍ନଟ ହୋଇଛନ୍ତି। ତେବେ ସୁନ୍ଦରଗଡ଼ରେ ସଂକ୍ରମିତଙ୍କ ସଂଖ୍ୟା କମୁଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରୁ ୧୭୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲଗାତାର ଭାବେ କିଛିଦିନ ଧରି କଟକ, ଖୋର୍ଦ୍ଧା ପରେ ସୁନ୍ଦରଗଡ଼ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୫୧୫ଜଣ, ବାଲେଶ୍ୱରରୁ ୧୦୩ ଜଣ, ବରଗଡ଼ରୁ ୨୭୧ ଜଣ, ଭଦ୍ରକରୁ ୮୯ଜଣ, ବଲାଙ୍ଗୀରରୁ ୯୩ ଜଣ, ବୌଦ୍ଧରୁ ୨୫୭ଜଣ, କଟକରୁ ୬୯୦ଜଣ, ଦେବଗଡରୁ ୬୧ ଜଣ, ଢେଙ୍କାନାଳରୁ ୨୫୫ଜଣ, ଗଜପତିରୁ ୧୦୬ ଜଣ, ଗଞ୍ଜାମରୁ ୧୬୩ ଜଣ, ଜଗତସିଂହପୁରରୁ ୧୫୪ ଜଣ, ଯାଜପୁରରୁ ୪୦୬ ଜଣ, ଝାରସୁଗୁଡାରୁ ୧୧୪ ଜଣ, କଳାହାଣ୍ଡିରୁ ୧୭୭ ଜଣ, କନ୍ଧମାଳରୁ ୫୪ ଜଣ, କେନ୍ଦ୍ରାପଡ଼ାରୁ ୭୫ଜଣ, କେନ୍ଦୁଝରରୁ ୫୭ଜଣ, ଖୋର୍ଦ୍ଧାରୁ ୧୧୩୪ ଜଣ, କୋରାପୁଟରୁ ୨୦୨ ଜଣ, ମାଲକାନଗିରିରୁ ୯୨ଜଣ, ମୟୁରଭଞ୍ଜରୁ ୩୨୦ଜଣ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪୭୧୪୩ରେ ପହଞ୍ଚିଛି ।ମୋଟ୍ ସୁସ୍ଥ ହେଲେଣି ୬ଲକ୍ଷ ୪୭ହଜାର ୧୩୩ ।ଏବେ ବି ୯୭, ୨୭୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।