ପୁଣି ବଢ଼ୁଛି ସଂକ୍ରମଣ । ରାଜ୍ୟରେ ଲଗାତର ୪ ଦିନ ହେଲା ବଢୁଛି କରୋନା ସଂକ୍ରମଣ । ତ ୨୪ ଘଣ୍ଟାରେ ୨୨୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୭୨ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୯୪୩ଟି ହେଉଛି ଲୋକାଲ୍ କେସ୍। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୫୪୩୨୬ରେ ପହଞ୍ଚିଛି । ସେହିପରି ଆଉ ୬୬ ଜଣ କରୋନାରେ ପ୍ରାଣ ହରାଇଥିବା ତଥ୍ୟ ଦିଆଯାଇଛି।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକରୁ ୩୪୮, ବାଲେଶ୍ୱରରୁ ୧୫୦, ଜଗତସିଂହପୁରରୁ ୧୨୬, ଯାଜପୁରରୁ ୧୨୪, ମୟୂରଭଞ୍ଜରୁ ୯୯, କେନ୍ଦ୍ରାପଡ଼ାରୁ ୯୫ ଓ ଅନୁଗୋଳ ଜିଲ୍ଲାରୁ ୮୯ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୪, ଭଦ୍ରକରୁ ୭୮, ବଲାଙ୍ଗିରରୁ ୧୮, ବୌଦ୍ଧରୁ ୧୬, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୫୪, ଗଜପତିରୁ ୧୭, ଗଞ୍ଜାମରୁ ୧୨, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୫, କନ୍ଧମାଳରୁ ୧୪, କେନ୍ଦୁଝରରୁ ୪୨, କୋରାପୁଟରୁ ୧୦, ମାଲକାନଗିରିରୁ ୨୫, ନବରଙ୍ଗପୁରରୁ ୪, ନୟାଗଡ଼ରେ ୬୯, ନୂଆପଡ଼ାରେ ୫, ପୁରୀରେ ୮୪, ରାୟଗଡ଼ାରେ ୨୯, ସମ୍ବଳପୁରରେ ୪୧, ସୋନପୁରରେ ୧୦ ଓ ସୁନ୍ଦରଗଡ଼ ଜିଲ୍ଲାରେ ୪୩ ଜଣ ଚିହ୍ନଟ ହୋଇଛନ୍ତି। ।
ସେହିପରି ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩ଜଣ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୮ଜଣ ରହିଛନ୍ତି । ମୟୁରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରୁ ୬ଜଣ ରହିଥିବା ବେଳେ ବୌଦ୍ଧ ଜିଲ୍ଲାରୁ ୫ଜଣ ରହିଛନ୍ତି । ବରଗଡ଼, ନୟାଗଡ଼ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ଗଜପତି, ପୁରୀ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ଭଦ୍ରକ, ବଲାଙ୍ଗୀର, ଜଗତସିଂହପୁର, ଯାଜପୁର, କନ୍ଧମାଳ, ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।