ରାଜ୍ୟରେ ଗତ ଦୁଇ ଦିନ ହେବ ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିବାର ଦେଖିବାକୁ ମିଳିଛି । କିନ୍ତୁ ଏବେ ବି ସ୍ଥିତି ସଂଂଗୀନ ରହିଛି । ୧୦ ହଜାର ଉପରେ ସ୍ରଂକମଣ ରହୁଥିବା ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ସେହିପରି ଖୋର୍ଦ୍ଧାରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିବାର ନାଁ ଧରୁନି ।ଗତକାଲି ଖୋର୍ଦ୍ଧାରେ ହଜାରେ ତଳକୁ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଏହା ୧୫ ଶହ ଛୁଇଁଛି । ତେବେ ଏବେ ସଂକ୍ରମଣ ଗାଁ ମୁହାଁ ହୋଇଥିବା ବେଳେ ଗାଁ ଗୁଡିକୁ ଗରୁତ୍ୱ ଦେଉଛନ୍ତି ଦରକାର ।
ରାଜ୍ୟରେ ଗତ ୨୪ ଘଂଟାରେ ୫୬ ହଜାର ୬୮୪ ନମୁନା ପରୀକ୍ଷା କରାଯାଇଥିବା ବେଳେ ୧୦ ହଜାର ୩୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦ ହଜାରରୁ ଏହି ସଂଖ୍ୟା ହ୍ରାସ ପାଉ ନଥିବା ବେଳେ ଗଲା ୭ ଦିନ ଭିତରେ ଏହା ହେଉଛି ସବୁଠୁ କମ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୬୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୧୯,କଟକରୁ ୭୩୧, କଳାହାଣ୍ଡିରୁ ୫୯୯, ପୁରୀରୁ ୪୭୨, ଅନୁଗୁଳରୁ ୪୭୧, ମୟୂରଭଂଜରୁ ୪୫୮, ସମ୍ବଲପୁରରୁ ୪୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୭ ଜିଲ୍ଲାରେ ୩ ଅଙ୍କ ଉପରେ ରହିଛି ସଂକ୍ରମିତଙ୍କ ସଂଖ୍ୟା ।ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩୩୩୦୨ରେ ପହଞ୍ଚିଛି।
ଲଗାତାର ଦ୍ୱିତୀୟ ଦିନରେ ଆଖି ବୁଜିଛନ୍ତି ଆଉ ୨୨ ଜଣ ଆକ୍ରାନ୍ତ । ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨ ହଜାର ୩୫୭କୁ ବୃଦ୍ଧି ପାଇଛି । ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ୩ ଜଣ, ଗଜପତିରୁ ୨ ଜଣ, କଳାହାଣ୍ଡିରୁ ୩ ଜଣ, ଖୋର୍ଦ୍ଧାରୁ ୩ ଜଣ, କୋରାପୁଟରୁ ୨ ଜଣ, ନୂଆପଡ଼ାରୁ ୩ ଜଣ, ରାୟଗଡ଼ାରୁ ୨ ଜଣ ଓ ସୁନ୍ଦରଗଡ଼ରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ୩ ମୃତ୍ୟୁ ସହ ଖୋର୍ଦ୍ଧା ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୪୧୪କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଏବେ ୧୫ ହଜାର ୪୯୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।