ପୂର୍ବ ଦିନ ଅପକ୍ଷୋ ରାଜ୍ୟରେ ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ହେଲେ ଟେଷ୍ଟିଂ ବଢିଲେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଗତ ୩ ଦିନ ଧରି ରାଜ୍ୟରେ ୫୦ ହଜାର ତଳକୁ କରୋନା ନମୂନା ପରୀକ୍ଷା କରାଯାଇଥିଲା । ସେହି ଅନୁପାତରେ ସଂକ୍ରମିତଙ୍କ ସଂଖ୍ୟ ମଧ୍ୟ ୧୦ ହଜାର ତଳକୁ ଆସୁଥିଲା । ଗତ ୨୪ ଘଂଟାରେ ରାଜ୍ୟରେ ୬୬ ହଜାର ୫୭ ଟେଷ୍ଟିଂ କରାଯାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ୧୦ ହଜାର ମୁହାଁ ହୋଇଛି । ପଜିଟିଭ ହାର ୧୪ ଦଶମିକ ୪୪ ପ୍ରତିଶତ ରହିଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ଉପରକୁ ରହୁଛି । ସଂକ୍ରମଣ ନିୟନ୍ତ୍ରଣ କରିବାରେ ଲକଡାଉନ, ସଟଡାଉନ ପ୍ରଭାବ ସେଭଳି କିଛି ଦେଖିବାକୁ ଏଯାଏ ମିଳିନାହିଁ । ତେବେ ଏଯାଏ ସଂକ୍ରମଣ ରାଜ୍ୟରେ ଉପରମୁହାଁ ଥିବା ବେଳେ ଲକଡାଉନ ଅବଧି ବୃଦ୍ଧି କରାଯାଇପାରେ ବୋଲି ଅନୁମାନ କରାଯାଉଛି ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୫୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟରେ କରୋନାରେ ଆଉ ୩୩ ଜଣଙ୍କ ମୃତ୍ୟୁ ଘଟିଛି।ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩ଶହ ୪୨ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୧୬,ମୟୂରଭଂଜରୁ ୬୯୫, ସୁନ୍ଦରଗଡ଼ରୁ ୫୯୫,ଅନୁଗୁଳରୁ ୫୬୨, ପୁରୀରୁ ୫୨୮, ଯାଜପୁର ୪୮୯, ଭଦ୍ରକ ୪୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୭ ଲକ୍ଷ ୫୬ ହଜାର ୬୮୪ ରହିଛି । ଏଥିରୁ ମୋଟ ସୁସ୍ଥ ହୋଇଛନ୍ତି ୬ଲକ୍ଷ ୫୮ ହଜାର ୬୪୬ଜଣ । ଏବେବି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୯୫ ହଜାର ୨୬୬ଜଣ ।
ସେହିପରି ରାଜ୍ୟରେ କରୋନାରେ ଆଉ ୩୩ ଜଣଙ୍କ ମୃତ୍ୟୁ ଘଟିଛି ।ମୃତକଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ୫ ଜଣ, ବୌଦ୍ଧ, ନବରଙ୍ଗପୁର, କଳାହାଣ୍ଡି ଓ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ, କଟକ, ଦେବଗଡ, ଗଜପତି, କନ୍ଧମାଳ, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଲେଖାଏଁ, ଗଞ୍ଜାମ, କୋରାପୁଟ, ମାଲକାନଗିରି, ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।