ତିନି ହଜାର ତଳକୁ ଖସିଲା ସଂକ୍ରମଣ

ଗତ ଦୁଇ ଦିନ ଧରି ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇଛି । ୩ ହଜାର ତଳକୁ ଖସିଛି ସଂକ୍ରମଣ । ସଂକ୍ରମଣ ହାର ରହିଛି ୪.୫୩% । ଗତ ୨୪ ଘଂଟାରେ ୬୪ ହଜାର ୨୫୫ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୨ ହଜାର ୯୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୨ ହଜାର ୯୧୨ ଦୈନିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୪୦୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୮୨, ଅନୁଗୁଳରୁ ୧୧୯, ବାଲେଶ୍ୱରରୁ ୨୨୦, ଭଦ୍ରକରୁ ୧୩୬, ଜଗତସିଂହପୁରରୁ ୧୩୧,ଯାଜପୁରରୁ ୨୯୨, ନୟାଗଡରୁ ୧୪୦, ମୟୁରଭଂଜରୁ ୧୭୪, କେନ୍ଦ୍ରାପଡାରୁ ୭୧,କେନ୍ଦୁଝରରୁ ୭୦,ସୁନ୍ଦରଗଡରୁ ୭୧, ନବରଙ୍ଗବପୁରରୁ ୫୦, ସମ୍ବଲପୁରରୁ ୩୦ ଆକ୍ରାନ୍ତ ଚିହ୍ନଟ ହୋଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୩ ହଜାର ୫୦୮ର ପହଚିଂଛି । ୩୩ ହଜାର ୧୫୬ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ।ଏବେ ସୁଦ୍ଧା ରାଜ୍ୟରେ ୧୩୪୧୭୩୮୭ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Comments (0)
Add Comment