ଖସୁଛି ପଜିଟିଭ ହାର

କମୁଛି ସଂକ୍ରମଣ, ଖସୁଛି ପଜିଟିଭ ହାର । ରାଜ୍ୟରେ କରାନା ସଂକ୍ରମଣ ତଳକୁ ଖସୁଛି । ମାତ୍ର ସଂକ୍ରମଣ ୧୦ ପ୍ରତିଶତ ତଳକୁ ଖସିବା ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଆଣିଛି । ମେ ମାସରେ ସଂକ୍ରମଣ ସ୍ଥିତି ସାଂଘାତିକ ଥିବା ବେଳେ ଜୁନ ମାସରେ ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଲକଡାଉନ ଓ ସଟଡାଉନର ପ୍ରଭାବ ଦେଖିବାକୁ ମିଳିଛି । ଗତମାସରେ ରାଜ୍ୟରେ ପଜିଟିଭ ହାର ଲଗାତର ୨୦ ପ୍ରତିଶତ ଉପରେ ରହୁଥିଲା । ଏବେ ଏହା ୧୦ ପ୍ରତିଶତ ତଳକୁ ଖସିଆସିଛି ।

ଗତ ୨୪ ଘଂଟାରେ ୭୧ ହଜାର ୯୭୩ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୭ ହଜାର ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ୪୨ ଜଣଙ୍କ ଜୀବନ ଯାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧୧୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଅନୁଗୁଳରୁ ୩୮୮, ବାଲେଶ୍ୱରରୁ ୩୩୧, ବରଗଡ଼ରୁ ୧୧୭, ଭଦ୍ରକରୁ ୨୬୭, ବଲାଙ୍ଗୀରରୁ ୮୯୬, ବୌଦ୍ଧରୁ ୧୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୭୭୧, ଦେବଗଡ଼ରୁ ୬୪, ଢେଙ୍କାନାଳରୁ ୧୦୬, ଗଜପତିରୁ ୪୮. ଗଞ୍ଜାମରୁ ୭୪, ଜଗତସିଂହପୁରରୁ ୨୩୨, ଯାଜପୁରରୁ ୪୮୬, ଝାରସୁଗୁଡ଼ାରୁ ୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡିରୁ ୧୦୩, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୧୮୮, କେନ୍ଦୁଝରରୁ ୧୪୮, ଖୋର୍ଧାରୁ ୧୧୬୭, କୋରାପୁଟରୁ ୧୫୮, ମାଲଗାନଗିରିରୁ ୯୫, ମୟୂରଭଞ୍ଜରୁ ୩୭୦, ନବରଙ୍ଗପୁରରୁ ୧୯୮, ନୟାଗଡ଼ରୁ ୧୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭାବରେ, ନୂଆପଡ଼ାରୁ ୨୮, ପୁରୀରୁ ୩୦୬, ରାୟଗଡ଼ାରୁ ୨୨୨, ସମ୍ବଲପୁରରୁ ୧୦୭, ସୋନପୁରରୁ ୫୯ ଓ ସୁନ୍ଦରଗଡ଼ରୁ ୨୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଅନୁଗୁଳ, କଟକ, ଖୋର୍ଦ୍ଧାରୁ ୪ ଜଣ ଲେଖାଏଁ ରହିଥିବା ବେଳେ ବୌଦ୍ଧ, ଦେବଗଡ, କଳାହାଣ୍ଡି, ଝାରସୁଗୁଡାରୁ ୩ ଲେଖାଏଁ ରହିଛନ୍ତି । ସେହିପରି ଗଜପତି, ଜଗତସିଂହପୁର, ମୟୁରଭଞ୍ଜ, ରାୟଗଡା, ସୁନ୍ଦରଗଡରୁ ୨ ଲେଖାଏଁ ରହିଥିବା ବେଳେ ପୁରୀ, ନୂଆପଡା, ମାଲକାନଗିରି, କନ୍ଧମାଳ, ଯାଜପୁର, ଗଞ୍ଜାମ, ବରଗଡରୁ ଜଣେ ଲେଖାଏଁ ରହିଛନ୍ତି ।

Comments (0)
Add Comment