ରାଜ୍ୟରେ କରୋନା ସଂକ୍ରମଣ ଏବେ ଖସୁଛି ପୁଣି ବଢୁଛି । ଗତକାଲି ୩ ହଜାର ତଳକୁ ସଂକ୍ରମଣ ଖସିଥିବା ବେଳେ ଆଜି ପୁଣି ୩ ହଜାର ଟପିଯାଇଛି । ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ କମିବାର ନାଁ ନେଉନି । ରାଜ୍ୟରେ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଛି । ଗତ ୨୪ଘଂଟାରେ ଟିପିଆର ୪.୪୫% ରହୁଛି । କିନ୍ତୁ କିଛି ଜିଲ୍ଲାରେ ସଂକ୍ରମଣ ହାର ଉଚ୍ଚ ରହିଛି । ୮ ଜିଲ୍ଳାରେ ଟିପିଆର ରାଜ୍ୟ ସଂକ୍ରମଣ ହାରଠୁ ଅଧିକ ରହୁଛି ।
ଗତ ୨୪ ଘଂଟାରେ ସର୍ବାଧିକ ୭୫ ହଜାର ୬୪୯ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୩ ହଜାର ୩୭୧ ଆକ୍ରାନ୍ତ ଚିହ୍ନଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୬୮, ବାଲେଶ୍ୱରରୁ ୨୫୮, ଭଦ୍ରକରୁ ୧୭୬, ଜଗତସିଂହପୁରରୁ ୧୩୫,ଯାଜପୁରରୁ ୨୧୦, କେନ୍ଦ୍ରାପଡାରୁ ୨୧୯,ମୟୁରଭଂଜରୁ ୨୨୨,ନୟାଗଡରୁ ୧୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦିନକରେ ସର୍ବାଧିକ ୪୮ ଜଣଙ୍କର ମୃତ୍ୟୁ ହୋଇଛି । ଓଡିଶାରେ କୋଭିଡ ମୃତ୍ୟୁ ୪ ହଜାର ଟିପିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯ ହଜାର ୮୦୦ରେ ପହଚିଂଥିବା ବେଳେ ୮ ଲକ୍ଷ ୭୪ ହଜାର ୩୦୭ ଜଣ ସୁସ୍ଥ ହେଲେଣି । ୩୧ ହଜାର ୪୨୨ ଜଣ ସକ୍ର୍ରିୟ ସଂକ୍ରମିତ ରହିଛନ୍ତ ।