ରାଜ୍ୟରେ କରୋନା ସଂକ୍ରମଣ ଏଯାଏ ନିୟନ୍ତ୍ରଣକୁ ଆସିନଥିବା ବେଳେ ସରକାର ପ୍ରତିଦିନ ଦେଉଥିବା ମୃତ୍ୟୁ ତାଲିକା ଏବେ ଲମ୍ବିବାରେ ଲାଗିଛି । ଆଜି ଆଉ ୫୮ ମୃତ୍ୟୁର ସରକାର ହିସାବ ଦେଇଛନ୍ତି ।। ୫୮ ମୃତ୍ୟୁ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧ ଜଣ ଥିବା ବେଳେ ବରଗୁଡ ଓ ପୁରୀରୁ ୭ ଲେଖାଁଏ, ଗଂଜାମ ଓ ସୁନ୍ଦରଗଡରୁ ୬ ଲେଖାଁଏ, ସମ୍ବଲପୁରରୁ ୪ , କେନ୍ଦ୍ରାପଡରୁ ୩, କଟକ, ଡେଙ୍କାନାଳ,ନୟାଗଡ଼,କେନ୍ଦୁଝରୁ ୨ ଲେଖାଁଏ ଓ ଅନୁଗୁଳ,ଯାଜପୁର,ଗଜପତିରୁ ଜଣେ ଲେଖାଁଏ ମୃତ୍ୟୁ ହୋଇଛି ।
ସେହିପରି ଗତ ୨୪ ଘଂଟାରେ ସଂକ୍ରମଣ ହାର ରହିଛି ୩.୦୮ ପ୍ରତିଶତ । ଦିନକରେ ୭୫ ହଜାର ୬୫୩ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୨୩ ଶହ ୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୮୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୭୧,ବାଲେଶ୍ୱରରୁ ୧୬୪,ଭଦ୍ରକରୁ ୧୨୧,ଜଗତସିଂହପୁରରୁ ୧୦୧,ଯାଜପୁରରୁ ୧୭୯, କେନ୍ଦ୍ରାପଡାରୁ ୧୯୬, ମୟୁରଭଂଜରୁ ୧୦୪, ପୁରୀରୁ ୧୦୬,ନୟାଗଡରୁ ୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଏବେ ୯ ଲକ୍ଷ ୩୭ ହଜାର ୪୭୦ରେ ପହଚିଂଛି । ସେହିପରି ୯,୦୬,୫୧୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୨୬, ୩୬୪ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।