ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ ୨ ହଜାର ତଳେ କରୋନା ସଂକ୍ରମଣ ରହିଛି । ହେଲେ ସଂକ୍ରମଣ ହାର ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ସଂକ୍ରମଣ ହାର ରହିଛି ୩.୦୯% । ସେହିପରି ମୃତ୍ୟୁସଂଖ୍ୟା କିନ୍ତୁ ଖସୁନି । ଆଜି ୬୮ ମୃତ୍ୟୁର ହିସାବ ଦେଇଛନ୍ତି ସରକାର ।
ଗତ ୨୪ ଘଂଟାରେ ୬୨ ହଜାର ୪୧୦ ନମୂନା ପରୀକ୍ଷା ହୋଇଥିବା ବେଳେ ୧୯୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୩୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୧୩୪,ଭଦ୍ରକରୁ ୯୮, ଜଗତସିଂହପୁରରୁ ୭୫, କେନ୍ଦ୍ରାପଡାରୁ ୧୨୩, ଯାଜପୁରରୁ ୧୨୫ ସୁନ୍ଦରଗଡରୁ ୯୪, ମୟୂରଭଂଜରୁ ୯୮,ନୟାଗଡରୁ ୫୮,ପୁରୀରୁ ୨୭, ଅନୁଗୁଳରୁ ୫୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପ ଆଜି ଆଉ ୬୮ ମୃତ୍ୟୁର ହିସାବ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭ଜଣ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୭ଜଣ ରହିଛନ୍ତି । ବରଗଡ଼, ମୟୁରଭଞ୍ଜ ଜିଲ୍ଲାରୁ ୬ଜଣ ଲେଖାଏଁ ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୫ଜଣ ରହିଛନ୍ତି । ପୁରୀ ଜିଲ୍ଲାରୁ ୪ଜଣ ରହିଥିବା ବେଳେ ଅନୁଗୁଳ, ଯାଜପୁର ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି ବଲାଙ୍ଗୀର, କଟକ, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ନୟାଗଡ଼ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ବାଲେଶ୍ୱର, କନ୍ଧମାଳ, ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଜୁଲାଇ ମାସରେ ୧୩ ଦିନରେ ୩୩ ହଜାର ୮୭୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୧୨ ଜଣଙ୍କ କରେନାରେ ଆଖିବୁଜିଲେଣି ।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୯ ଲକ୍ଷ ୪୩ ହଜାର ୬୭୫ରେ ପହଚିଂଛି । ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୭୩୦କୁ ବୃଦ୍ଧି ପାଇଛି । ଏଯାଏ ୯ ଲକ୍ଷ ୧୫ ହଜାର ୪୦୦ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨୩ ହଜାର ୪୯୨ ।