ରାଜ୍ୟରେ କ୍ରମାଗତ ଭାବେ ୩ ଦିନ ହେବ କରୋନା ସଂକ୍ରମଣ ୨ ହଜାର ଉପରେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୨୦୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ୧୧୯୫ ଜଣ କ୍ୱାରେଣ୍ଟାଇନ୍ରେ । ବାକି ୮୭୫ଟି ହେଉଛି ଲୋକାଲ୍ କେସ୍। ସେପଟେ ୬୪ ମୃତ୍ୟୁର ହିସାବ ଦେଇଛନ୍ତି ରାଜ୍ୟ ସରକାର ।
୨୪ ଘଣ୍ଟା ଭିତରେ ୭୦ ହଜାର ୨୪୦ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ରହିଛି ୨.୯୪ ପ୍ରତିଶତ । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୯ ହଜାର ୯୨୯କୁ ବୃଦ୍ଧି ପାଇଛି । ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪୪୬ ଜଣ ହୋଇଥିବାବେଳେ, କଟକରେ ୩୧୯, ବାଲେଶ୍ୱରରେ ୧୭୬ ଓ ଯାଜପୁରରେ ୧୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟ ୨୬ ଜିଲ୍ଲାରେ ଶହେ ତଳେ ସଂକ୍ରମଣ ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।ଖୋର୍ଦ୍ଧାରୁ ୨୨, ବରଗଡରୁ ୧୦, ବାଲେଶ୍ୱରରୁ ୮, ସୁନ୍ଦରଗଡରୁ ୭, ଗଞ୍ଜାମରୁ ୬, କନ୍ଧମାଳ ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ, ବୌଦ୍ଧ, କଳାହାଣ୍ଡି, କେନ୍ଦ୍ରାପଡା, ମୟୂରଭଞ୍ଜ, ନୂଆପଡା, ପୁରୀ, ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୯୨୫କୁ ବୃଦ୍ଧି ପାଇଛି ।