ରାଜ୍ୟରେ ଆଜି ଆଉ ୧ହଜାର ୯୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୮୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୮୫, ବାଲେଶ୍ୱର ୯୮, ବରଗଡ଼ ୧୭, ଭଦ୍ରକ ୫୯, ବଲାଙ୍ଗୀର ୭, ବୌଦ୍ଧ ୪, କଟକ ୨୭୯, ଦେବଗଡ଼ ୫, ଢେଙ୍କାନାଳ ୩୪, ଗଜପତି ୪, ଗଞ୍ଜାମ ୬, ଜଗତସିଂହପୁର ୧୧୩, ଯାଜପୁର ୧୧୫, ଝାରସୁଗୁଡ଼ା ୬, କଳାହାଣ୍ଡି ୪, କନ୍ଧମାଳ ୧୯, କେନ୍ଦ୍ରାପଡ଼ା ୧୧୨, କେନ୍ଦୁଝର ୨୧, କୋରାପୁଟ ୭, ମାଲକାନଗିରି ୨୪, ମୟୂରଭଞ୍ଜ ୬୬, ନବରଙ୍ଗପୁର ୯, ନୟାଗଡ଼ ୮୮, ନୂଆପଡ଼ା ୨, ପୁରୀ ୮୩, ରାୟଗଡ଼ା ୧୮, ସମ୍ୱଲପୁର ୨୫, ସୋନପୁର ୧୨, ସୁନ୍ଦରଗଡ଼ ୪୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୬୧ ହଜାର ୯୩୪କୁ ବୃଦ୍ଧି ପାଇଛି । ତେବେ ଏବେ ବି ରାଜ୍ୟରେ ୧୯ ହଜାର ୬୨୩ ଜଣ କରୋନା ମାମଲା ଆକ୍ଟିଭ ରହିଛି ।
ଆଉ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୩୦୮କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ଜଣ ରହିଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ୮ଜଣ ରହିଛନ୍ତି । ବରଗଡ଼ ଜିଲ୍ଲାରୁ ୭ଜଣ ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲାରୁ ୬ଜଣ ରହିଛନ୍ତି । ଅନୁଗୁଳ, ପୁରୀ, ରାୟଗଡ଼ା ଜିଲ୍ଲାରୁ ୫ଜଣ ଲେଖାଏଁ ରହିଥିବା ବେଳେ ଢେଙ୍କାନାଳ ଜିଲ୍ଲାରୁ ୪ଜଣ ରହିଛନ୍ତି । ସେହିପରି କନ୍ଧମାଳ, ମୟୁରଭଞ୍ଜ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ କଳାହାଣ୍ଡି, କେନ୍ଦ୍ରାପଡ଼ା, ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।