ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ହଜାରେ ତଳକୁ ଖସିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୮୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୩୨ଜଣ, ବାଲେଶ୍ୱର ଜିଲ୍ଲାରୁ ୬୨ଜଣ, ଭଦ୍ରକ ଜିଲ୍ଲାରୁ ୮ଜଣ, ଭଦ୍ରକ ଜିଲ୍ଲାରୁ ୩୧ଜଣ, ବୌଦ୍ଧ ଜିଲ୍ଲାରୁ ୨ଜଣ, କଟକ ଜିଲ୍ଲାରୁ ୮୧ଜଣ, ଦେଓଗଡ଼ ଜିଲ୍ଲାରୁ ୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୧ଜଣ, ଗଜପତି ଜିଲ୍ଲାରୁ ୪ଜଣ, ଗଞ୍ଜାମ ଜିଲ୍ଲାରୁ ୮ଜଣ, ଜଗତସିଂହପୁର ଜିଲ୍ଲାରୁ ୫୪ଜଣ, ଯାଜପୁର ଜିଲ୍ଲାରୁ ୬୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩ଜଣ, କଳାହାଣ୍ଡି ଜିଲ୍ଲାରୁ ୧୧ଜଣ, କନ୍ଧମାଳ ଜିଲ୍ଲାରୁ ୫ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୩ଜଣ, କେନ୍ଦୁଝର ଜିଲ୍ଲାରୁ ୧୮ଜଣ, କୋରାପୁଟ ଜିଲ୍ଲାରୁ ୭ଜଣ, ମାଲକାନଗିରି ଜିଲ୍ଲାରୁ ୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୫ଜଣ, ନବରଙ୍ଗପୁର ଜିଲ୍ଲାରୁ ୪ଜଣ, ନୟାଗଡ଼ ଜିଲ୍ଲାରୁ ୨୫ଜଣ, ପୁରୀ ଜିଲ୍ଲାରୁ ୫୩ଜଣ, ରାୟଗଡ଼ା ଜିଲ୍ଲାରୁ ୫ଜଣ, ସମ୍ବଲପୁର ଜିଲ୍ଲାରୁ ୧୫ଜଣ, ସୋନପୁର ଜିଲ୍ଲାରୁ ୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨ଜଣ, ଷ୍ଟେଟ ପୁଲ୍ରୁ ୫୧ଜଣ ରହିଛନ୍ତି ।
ରାଜ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକରୁ ୧୩, ସମ୍ବଲପୁରରୁ ୮, ବରଗଡ଼ରୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ବଲାଙ୍ଗିରରୁ ୩, ନୂଆପଡ଼ାରୁ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ ଝାରସୁଗୁଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁର, ସୁନ୍ଦରଗଡ଼ରୁ ଜଣେ ଲେଖାଏଁଙ୍କ ପ୍ରାଣ ନେଇ ମହାମାରୀ। ଏହାସହ ମୋଟ୍ କରୋନାଜନିତ ମୃତ୍ୟୁସଂଖ୍ୟା ୬,୫୦୧କୁ ବୃଦ୍ଧି ପାଇଛି