ଛୋଟ ପିଲାଙ୍କୁ କରୋନା

ରାଜ୍ୟରେ କେତେ ପିଲା ସଂକ୍ରମିତ ହେଉଛନ୍ତି । ପ୍ରଥମ ଥର ପାଇଁ ତାର ହିସାବ ଦେଇଛନ୍ତି ସରକାର । ଗତ ୨୪ ଘଣ୍ଟାରେ ୧,୦୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧୩୮ ଜଣଙ୍କ ବୟସ ଶୂନରୁ ୧୮ ବର୍ଷ ମଧ୍ୟରେ। ଯାହାକୁ ନେଇ ଲୋକ ଭୟଭୀତ ହୋଇଯାଇଛନ୍ତି ।
ଏତେ ସଂଖ୍ୟାର ପିଲା କରୋନା ପଜିଟିିଭ ଚିହ୍ନଟ ହେଉଥିବା ବେଳେ ଏଯାଏ ଛୋଟ ପିଲାଙ୍କ ପାଇଁ ଟିକା ଆସିନାହିଁ ।

ଗତ ୨୪ ଘଣ୍ଟାରେ ୧,୦୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୬ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୬୨, ଅନୁଗୋଳରୁ ୩୨, ବାଲେଶ୍ୱରରୁ ୩୮, ବରଗଡ଼ରୁ ୧୧, ଭଦ୍ରକରୁ ୩୨, ବଲାଙ୍ଗିରରୁ ୨, ବୌଦ୍ଧରୁ ୩, ଦେବଗଡ଼ରୁ ୫, ଢେଙ୍କାନାଳରୁ ୧୮, ଗଞ୍ଜାମରୁ ୫, ଜଗତସିଂହପୁରରୁ ୩୭, ଯାଜପୁରରୁ ୭୭, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୮, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୩୨, କେନ୍ଦୁଝରରୁ ୪, କୋରାପୁଟରୁ ୪, ମାଲକାନଗିରିରୁ ୫, ମୟୂରଭଞ୍ଜରୁ ୩୭, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୧୭, ନୂଆପଡ଼ାରୁ ୫, ପୁରୀରୁ ୨୬, ରାୟଗଡ଼ାରୁ ୪, ସମ୍ବଲପୁରରୁ ୬, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୧୭ ଓ ଷ୍ଟେଟ୍‌ ପୁଲ୍‌ରୁ ୮୨ ଜଣ ଚିହ୍ନଟ ହୋଇଛନ୍ତି। ଗଜପତି ଜିଲ୍ଲାରୁ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୪ ହଜାର ୫୬୫ରେ ପହଞ୍ଚି ଯାଇଛି।

ଅନ୍ୟପକ୍ଷରେ କରୋନାରେ ପ୍ରାଣ ହରାଇଥିବା ଆଉ ୬୪ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୮୮୭କୁ ବୃଦ୍ଧି ପାଇଛି। ଏହି ୬୪ ଜଣଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬ ଜଣ ଥିବା ବେଳେ କଟକରୁ ୧୨, ନୟାଗଡ଼ରୁ ୧୩, ସମ୍ବଲପୁରରୁ ୫, ପୁରୀରୁ ୨, ସୁବର୍ଣ୍ଣପୁରରୁ ୪ ଏବଂ ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଅଛନ୍ତି।

Comments (0)
Add Comment