ଦେଶରେ କମୁଛି ସଂକ୍ରମଣ

ଦେଶରେ କମୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ଦେଶରେ ୨ ଲକ୍ଷ ୪୦ ହଜାର ୮୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବି ସାମାନ୍ୟ ହ୍ରାସ ପାଇଛି । ୪ ହଜାର ତଳକୁ ଖସିଛି ମୃତ୍ୟୁ ସଂଖ୍ୟା । ଦିନକରେ ୩ ହଜାର ୭୪୧ ଜଣଙ୍କ ମୃତ୍ୟୁ ହୋଇଛି । କିଛି ରାଜ୍ୟରେ ଲକଡାଉନ ଓ ସଟଡାଉନ ଯୋଗୁଁ ସଂକ୍ରମଣ ହ୍ରାସ ପାଉଥିବା ଅନୁମାନ କରାଯାଉଛି ।

ସେହିପରି ସୁସ୍ଥଙ୍କ ମଧ୍ୟ ବଢୁଛି । ଗତ ୨୪ ଘଂଟାରେ ୩ ଲକ୍ଷ ୫୫ ହଜାର ୧୦୨ ଜଣ ସୁସ୍ଥ ହୋଇଥିବା ବେଳେ ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୮ ଲକ୍ଷ ୫ ହଜାର ୩୯୯ ରହିଛି । ସେହିପରି ମୋଟ ମୃତ୍ୟୁ ସଂଖ୍ୟା ଦେଶରେ ୨ ଲକ୍ଷ ୯୯ ହଜାର ୨୬୬ରେ ପହଚିଂଛି । ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଚିଂଛି ୨ କୋଟି ୬୫ ଲକ୍ଷ ୩୦ ହଜାର ୧୩୨ରେ । ସେହିପରି ଏଯାଏ ସୁସ୍ଥ ହେଲେଣଇ ୨ କୋଟି ୩୪ ଲକ୍ଷ ୨୫ ହଜାର ୪୬୭ ଜଣ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୯,୫୦,୦୪,୧୮୪ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ସେହିପରି ମେ ୨୨ ତାରିଖ ସୁଦ୍ଧା ସମୁଦାୟ ୩୨,୮୬,୦୭,୯୩୭ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୨୧,୨୩,୭୮୨ଟି ନମୁନା।

Comments (0)
Add Comment