ଅନୁଗୁଳରେ ମାଡିଚାଲିଛି କରୋନା ମୃତ୍ୟୁ

ରାଜ୍ୟରେ ମାଡିଚାଲଛି କରୋନା ମୃତ୍ୟୁ । ଦିନକରେ ଆଖିବୁଜିଛନ୍ତି ୩୭ ଜଣ । ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି । ଅନୁଗୁଳରୁ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ହୋଇଛି । ଲଗାତାର ୬ ଦିନ ହେଲାଣି ଅନୁଗୁଳ ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ଆସିଛି।ସେହିପରି ଗତକାଲି ଅପେକ୍ଷା ଆଜି ରାଜ୍ୟରେ କରୋନା ସଂକ୍ରମଣ ହାର ସାମାନ୍ୟ ବୃଦ୍ଧି ପାଇଛି ।

ରାଜ୍ୟରେ ଗତ ୨୪ ଘଂଟାରେ ୬୨ ହଜାର ୨୯୩ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୮ ହଜାର୭୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ୮ ହଜାର ୭୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଖୋର୍ଦ୍ଧାରୁ ସର୍ବାଧିକ ୧୨୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୭୩, ବାଲେଶ୍ୱରରୁ ୫୬୬, ଢ଼େଙ୍କାନାଳ ୫୦୩, ଅନୁଗୁଳରୁ ୪୫୬, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଦୈନିକ ସଂକ୍ରମଣକୁ ମିଶାଇ ମୋଟ ସଂକ୍ରମଣ ୭ଲକ୍ଷ ୭୩ ହଜାର ୭୩୨ ପହଚିଂଛି ।

ସେହିପରି ଦିନକରେ ୩୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୫ଜଣଙ୍କ ମୃତ୍ରୁ୍ୟ ହୋଇଛି । କଟକ ଓ କଳାହାଣ୍ଡି ଜିଲ୍ଲାରୁ ୪ ଜଣ ଲେଖାଏଁ ଥିବା ବେଳେ ଝାରସୁଗୁଡ଼ା, ଖୋର୍ଦ୍ଧା, ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। କେନ୍ଦ୍ରାପଡ଼ା, ନୂଆପଡ଼ା, ରାୟଗଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗିର, ଗଜପତି, ଗଞ୍ଜାମ ଓ କୋରାପୁଟରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ୬ ଦିନ ହେଲାଣି ଅନୁଗୁଳରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଜିଲ୍ଲାରେ ଏଯାବତ ୧୧୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଲାଣି।

Comments (0)
Add Comment